Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ କୋକସରା ବ୍ଲକ ର ୨ ଶିକ୍ଷକ।

କଳାହାଣ୍ଡି,୦୫/୦୯
ଆଜି ଗୁରୁ ଦିବସ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର୨୦୨୪/୨୫ ଜିଲ୍ଲା ସ୍ତରରେ ପ୍ରଦାନ କରାଯାଇଛି। ଏହି ଅବସରରେ କୋକସରା ବ୍ଲକ ସଦର ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଓ ଡେଙ୍ଗାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏମ ଏନ ପଦ୍ମଲୋଚନ ସାହୁ ଙ୍କୁ ଭବାନୀପାଟଣା ଜିଲ୍ଲା ପରିଷଦ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସଵ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା।ପୁରସ୍କାର ପ୍ରଦାନ ଉତ୍ସଵ ରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ,,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛେତ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଶିକ୍ଷା,କ୍ରୀଡା ର ବିକାଶ ରେ ଅତୁଳନୀୟ ଅବଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ। କୋକସରା ବ୍ଲକ ର ଦୁଇ ଶିକ୍ଷକ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ସମ୍ବର୍ଦ୍ଧିତ ହୋଇଥିବାରୁ ଶିକ୍ଷା ବିଭାଗ ର ଅଧିକାରୀ, କର୍ମଚାରୀ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ