ଗଣେଶ ପୂଜା ଭାଷାଣି ରେ ଦୁଲୁକିଲା କୋକସରା ସହର।


କଳାହାଣ୍ଡି,୦୬/୦୯
କୋକସରା ବ୍ଲକ ସଦର ମହକୁମା ମେଡ଼ିକାଲ ଛକ ରେ ହୋଇଥିବା ଗଣେଷ ପୂଜା ମହା ସମାରୋହରେ ୧୦ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭଷାଣି କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ଏହି ଭଷାଣି କାର୍ଯ୍ୟକ୍ରମ ସନ୍ଧ୍ୟା ୫ ରୁ ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଲୋକେ ଏହି ଭାଷାଣି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମେଡ଼ିକାଲ ଛକ ରୁ ଗଣେଶ ପୂଜା ଭାଷାଣି ମେଢ଼ ବାହାରି ଏକ ବିରାଟ ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରିଥିବା ବେଳେ କିଛି ସମୟ ପାଇଁ ଜାତୀୟ ରାଜପଥ ୨୬ ଦେଇ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ କୁ ନିୟନ୍ତ୍ରଣ କରିବା ପାଇଁ କୋକସରା।ପୋଲିସ ଅଧିକାରୀ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଟ୍ରାଫିକ କୁ ନିୟନ୍ତ୍ରଣ ରେ ପୂଜା କମିଟିର କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିଲେ।