Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋଙ୍ଗରିଗୁଡା ଠାରେ ଆଦିବାସୀ ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୬/୦୯
ନୂଆଁଖାଇ ସରିଛି ହେଲେ ପଶ୍ଚିମ ଓଡ଼ିଶାର ଏହି କୃଷି ଭିତ୍ତିକ ଓ ଭାଇଚାରା ର ଗଣପର୍ବ ର ମହକ ଏବେ ମଧ୍ୟ ଗ୍ରାମାଞ୍ଚଳରେ ମହକୁଛି। ନୂଆଁଖାଇ ଭେଟଘାଟ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି।
ଶନିବାର କୋକସରା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଡୋଙ୍ଗରିଗୁଡା ଗ୍ରାମ ଜଗନ୍ନାଥ ମନ୍ଦିର ପରିସରରେ ରେଙ୍ଗାଳପାଲି ଆଦିବାସୀ ସଂଘ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ତାଙ୍କ ଆଦିବାସୀ ସଂଘ ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଆଦିବାସୀ ଙ୍କ ଆରାଧ୍ୟ ଦେବୀ ମା ବସୁନ୍ଧାରି ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ଜୁହାର ଭେଟ ହୋଇଥିଲା। ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଙ୍ଘ ର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର, ଡ଼ହଗାଁ ସରପଞ୍ଚ କୁଞ୍ଜଳତା ନାଏକ,ଗୋତମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ,କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ରେଙ୍ଗାଳପାଲି ଗ୍ରାପ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଜିଲ୍ଲା ଆଦିବାସୀ ସଙ୍ଘ ସମ୍ପାଦକ ଋତୁରାଜ ମାଝୀ,ବରିଷ୍ଠ କର୍ମକର୍ତ୍ତା ନୀଳକଣ୍ଠ ମାଝୀ, ଜୟଲାଲ ନାଏକ,ବ୍ଲକ ଆଦିବାସୀ ସଙ୍ଘ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା ବଞ୍ଜାରା ସମାଜ ର ସଭାପତି ଯଶୋବନ୍ତ ସିଂ ନାଏକ,ସମାଜସେବି କେତନ ପାତ୍ର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ହେଉଛି ଭାଇଚାରା ଓ ପରମ୍ପରା ର ନିଦର୍ଶନ,ଆମ ମଧ୍ୟରେ ଏକତା ଏମିତି ରହିଥାଉ ବୋଳି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭେଟଘାଟ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ରେ ଭୁବନେଶ୍ୱର ଦିଶାରୀ ଓ ସୁଧୀର ଧଙ୍ଗଡା ମାଝୀ ସହଯୋଗ କରିଥିଲେ। ଆଦିବାସୀ ସଙ୍ଘ ପକ୍ଷରୁ କୃପାସିନ୍ଧୁ ପାତ୍ର, ଅଶୋକ ଭୋଇ, ଅନିରୁଦ୍ଧ ପାତ୍ର, ହୃଦାନନ୍ଦ ମାଝୀ, ଘନଶ୍ୟାମ ନାଏକ,ସୁଶାନ୍ତ ମାଝୀ, ବାଳକୃଷ୍ଣ ନାଏକ ସମେତ ଆଦିବାସୀ ସଙ୍ଘ ର କର୍ମକର୍ତ୍ତା ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ