Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଡିଗ୍ରୀ କଲେଜ ଠାରେ ଲକ୍ଷ୍ମୀ ବିକାଶ କଳାକ୍ଷେତ୍ର ଉଦଘାଟିତ।

କଳାହାଣ୍ଡି:ବିକାଶ ଡିଗ୍ରୀ କଲେଜ ଠାରେ ଏକ ଓଡ଼ିଶୀ ନୃତ୍ୟ ଶିକ୍ଷା କେନ୍ଦ୍ର “ଲକ୍ଷ୍ମୀ ବିକାଶ କଳା କ୍ଷେତ୍ର ” ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜିତେନ୍ଦ୍ର ମିଶ୍ର ଓଡ଼ିଆ ଫିଲ୍ମ ନିର୍ମାତା , ନିର୍ଦ୍ଦେଶକ (ସିପସି ) ତଥା ସିପେଜ୍ ର ସଭାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସଂସ୍କୃତି ବିଭାଗ, କଳାହାଣ୍ଡି ଯୋଗଦେଇଥିଲେ । ଏହି ଅବସରରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଆଦିତ୍ୟ କୁମାର ପଟ୍ଟନାୟକ, ଵିବିଏ ବିସିଏ ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଜିତେନ୍ଦ୍ର ମିଶ୍ର ତାଙ୍କ କର କମଳରେ ଏହି ଓଡ଼ିଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏହି ଶିକ୍ଷା କେନ୍ଦ୍ରରେ ଛଅ ବର୍ଷରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଶିକ୍ଷା ନେଇପାରିବେ । ଏହି ଓଡ଼ିଶୀ ନୃତ୍ୟ ଶିକ୍ଷା କେନ୍ଦ୍ର “ପ୍ରାଚୀନ କଳାକେନ୍ଦ୍ର”,ଚଣ୍ଡିଗଡ ସହ ସହବନ୍ଧିତ , ତେଣୁ ଶିକ୍ଷା ସମାପ୍ତି ପରେ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ପ୍ରକାଶ କରିଅଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ