Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ, ନୂତନ କର୍ମକର୍ତ୍ତା ଚୟନ।

କଳାହାଣ୍ଡି,୦୬/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ଲଡୁଗାଁ ସହର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ଲଡୁଗାଁ ପୂଜା କମିଟି ପକ୍ଷରୁ ଦେବୀ ପ୍ରତିମା ନିର୍ମାଣ ପାଇଁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମାଟି ଅନୁକୂଳ କରାଯାଇ ଦେବୀ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଟି ଅନୁକୂଳ ପାଇଁ ପୂଜକ ପଣ୍ଡିତ ଗୋପାଳ ଜି ଠାକୁର ପୂଜା କାର୍ଯ୍ୟ ତୁଳାଇଥିବା ବେଳେ ପୂଜାକର୍ତ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ଶ୍ରୀମାନ ରାଜୀବ କୁମାର ଅଗ୍ରୱାଲ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଦୁର୍ଗା ପୂଜା ରେ ମଧ୍ୟ ଦମ୍ପତି ପୂଜା କର୍ତ୍ତା ଦାଇତ୍ୱ ନିର୍ବାହ କରିବେ।
ଚଳିତ ବର୍ଷ ଲଡୁଗାଁ ଦୁର୍ଗା ପୂଜା କମିଟି ର ସଭାପତି ଭାବେ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଉପ ସଭାପତି ଲକ୍ଷ୍ମଣ ଶବର, ମୋହନ ଚରଣ ଦାସ, ସମ୍ପାଦକ କଂହେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ର ମାଝୀ, ପଙ୍କଜ ମୁଖ ଚୌଧୁରୀ,ଧ୍ଵଜ ମହାନନ୍ଦ,ରବି ନାରାୟଣ ଦାସ ପ୍ରମୁଖ ରହିଛନ୍ତି।