Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ନିର୍ବାଚନ,ନିର୍ଦ୍ୱନ୍ଦ ରେ କର୍ମକର୍ତ୍ତା ନିର୍ବାଚିତ।

କଳାହାଣ୍ଡି,୦୭/୦୯
ରବିବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମସିଏଚ କୋଠା ର ପଞ୍ଚମ ମହଲାର ସଭାଗୃହରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ୨୦୨୫-୨୭ ବର୍ଷ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ଶ୍ରୀମତୀ ସନ୍ଧ୍ୟାରଣି ରଥ, ଉପସଭାପତି ଶ୍ରୀ ତ୍ରିବିକ୍ରମ ପଧାନ, ସମ୍ପାଦକ ଶ୍ରୀ ବସନ୍ତ କୁମାର, ସହ ସମ୍ପାଦକ (ସଂଗଠନ) ଶ୍ରୀ ଅଜିତ କୁମାର ସାହୁ, ସହ ସମ୍ପାଦକ (ଅର୍ଥ) ଶ୍ରୀ ଅନନ୍ତ ସାହୁ, ସହ ସମ୍ପାଦକ (ସମନ୍ୱୟ) ଶ୍ରୀ ହିମାଂଶୁ ଶେଖର ପାଢୀ, ସହ ସମ୍ପାଦକ (ସାଂସ୍କୃତିକ) ଶ୍ରୀ ରୋଶନ ସାହୁ, କୋଷାଧ୍ୟକ୍ଷ ପଦ ଶ୍ରୀ କ୍ଷୀରସିନ୍ଧୁ ରାଣା, ଅଡିଟର ପାଇଁ ଶ୍ରୀମତୀ ମମତା ଶତପଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ସେମାନଙ୍କ ବିପକ୍ଷରେ କୌଣସି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ କରିନଥିବା ଯୋଗୁଁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।
ନିର୍ବାଚନ ଅଧିକାରୀ ଭାବରେ ରବିମଣି ସିଂହ ଓ ସୁଭାସିନୀ ଧୁରୁଆ, ପ୍ରିଜାଇଡିଂ ଅଫିସର ଭାବେ କନକଲତା ସେଠୀ ଓ ମେନକା ସ୍ୱାଇଁ ସେହିପରି ପୁଲିଂ ଅଫିସର ଭାବେ ବେବିଆନା ସାଙ୍ଗା ଓ ସଲିଳା ବିହାରୀଙ୍କ ସହ ମନୋନୀତ ଥିବା ୩୦ ଜଣ ସ୍ବେଚ୍ଛାସେବୀ ମିଶି ସୁଚାରୁରୂପେ ନିର୍ବାଚନ ପରିଚାଳନା କରିଥିଲେ। ଫଳାଫଳ ଘୋଷଣା ହେବା ପରେ ଜିଲ୍ଳାର ସମସ୍ତ ବ୍ଲକରୁ ଆସିଥିବା ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ନିର୍ବାଚିତ ପ୍ରତିନିଧି ମାନେ ଛୁଟି ଦିନ ମାନଙ୍କରେ ସମୟ ବାହାର କରି ସଂଘର କର୍ମକର୍ତ୍ତା ମାନଙ୍କ ସହଯୋଗରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ସମସ୍ତେ ଏଥିରେ ସହଯୋଗର ହାତ ବଢ଼ାଇବା ପାଇଁ ସଭାରେ ଆଲୋଚନା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ