Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ସାର୍ବଜନୀନ ଦୁର୍ଗା ପୂଜା ନୂତନ କମିଟି କର୍ମକର୍ତ୍ତା ମନୋନୀତ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସଦର ମହକୁମା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାର୍ବଜନୀନ ଦୁର୍ଗା ପୂଜା ଅନୁଷ୍ଠିତ ହେବ, ଏନେଇ ଟେମରା ଗ୍ରାପ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ସଭାପତିତ୍ୱ ରେ ଦୁର୍ଗା ପୂଜା ର ପୂର୍ବତନ କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ସ୍ଥାନୀୟ ବଜାର ପଡିଆ ପିଣ୍ଡି ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗତବର୍ଷ ଦୁର୍ଗା ପୂଜା ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିବା ସହ ଗ୍ରାମବାସୀ ଙ୍କ ସର୍ଵ ସମ୍ମତ୍ତି ରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଚଳିତ ବର୍ଷ ପୂଜା କମିଟି ର ସଭାପତି ଭାବେ ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର,ଉପ ସଭାପତି ଭାବେ ସୁଧୀର କୁମାର ପାତ୍ର, ସମ୍ପାଦକ ଭାବେ ଅଶୋକ କୁମାର ଦାସ, ସହ ସମ୍ପାଦକ ଶଙ୍କର ସତନାମୀ, ଅନ୍ୟ ସଦସ୍ୟ ଙ୍କ ମଧ୍ୟରେ ହେମନ୍ତ ବାଣୁଆ, ରାଜେନ୍ଦ୍ର ନାଏକ, ଦୁଷ୍ମନ୍ତ କୁମାର ପାତ୍ର, ଲଳିତ ସତନାମୀ, କମଣ୍ଡଳ ପଟେଲ, ବୃନ୍ଦାବନ ସତନାମୀ, ଟୋପେଶ୍ୱର ମାଝୀ, ସୁବାଷ ପାତ୍ର ପ୍ରମୁଖ ରହିଛନ୍ତି। ଚଳିତ ବର୍ଷ ଦୁର୍ଗା ପୂଜା କୁ ମହା ଆଡମ୍ବରରେ ପାଳନ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ