Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଟୋବର ୧୧ ରେ ବୁଢ଼ାରଜା ଦଶରା, ନେଇ ପ୍ରସ୍ତୁତି ବୈଠକ

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ଥିବା ଆଦିବାସୀ ଙ୍କ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଙ୍କ ଦଶରା କୁ ନେଇ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଗତ ବର୍ଷ ର ଆୟବ୍ୟୟ ବିବରଣୀ ଆଲୋଚନା ସହ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଆସନ୍ତା ମାସ ୧୧ ତାରିଖରେ ବୁଢ଼ାରଜା ଙ୍କ ଦଶରା ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ ଅନୁଷ୍ଠିତ ହେବ। ବୈଠକରେ ଆମପାଣି ଅଞ୍ଚଳ ର ଗ୍ରାମବାସୀ ଙ୍କ ଉପସ୍ଥିତି ରେ ସର୍ଵ ସମ୍ମତ୍ତି କ୍ରମେ ଦଶରା ପୂଜା କମିଟିର ସଭାପତି ଭାବେ ଋତୁରାଜ ମାଝୀ, ଉପ ସଭାପତି ଗଙ୍ଗାଧର ନାଏକ, ସମ୍ପାଦକ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ସୀତାକାନ୍ତ ନାଏକ,କୋଷାଧ୍ୟକ୍ଷ ଭାବେ ଵିଘ୍ନେଶ୍ବର ନାଏକ ଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ ବୁଢ଼ାରଜା ଙ୍କ ମୁଖ୍ୟ ପୂଜକ ଫକୀର ମୋହନ ପୁଝାରି, ମନୋରଞ୍ଜନ ବାଣୁଆ,ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, କୁମୁଦ ଚନ୍ଦ୍ର ପୁଝାରି,ଭାସ୍କର ରାଓ,ତ୍ରିନାଥ ପ୍ରସନ୍ନ ରାୟ, ବିନୋଦ ସିଂ,ଅଜୟ ପଣ୍ଡା, ତିଲୋତ୍ତମା ନାଏକ ସମେତ ଆମପାଣି ଅଞ୍ଚଳ ର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ