Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର

ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲା ପୁଲିସ ବାବୁଙ୍କ ଜୀବନ । ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏସ.ଆଇ ଅମିତ୍ ଧଳଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସୋହେଲା ଦଶମାଇଲ ଲେବଡି ଛକରେ ଗାଡ଼ି ଚେକିଂ ଚାଲିଥିବା ବେଳେ ଏଭଳି କାଣ୍ଡ ଘଟିଥିଲା ।

ଏକ ଅଜଣା ବୋଲେରୋ ଗାଡ଼ି ପୁଲିସ ଏସ୍‌ଆଇଙ୍କୁ ଧକ୍କା ଦେଇଥିଲା। ଫଳରେ ତଳେ ପଡିଯାଇଥିଲେ ଅମିତ୍ ଧଳ। ଗୁରୁତର ଅବସ୍ଥାରେ ସୋହେଲା ଥାନାର ସବ୍‌ ଇନ୍ସପେକ୍ଟର ଅମିତ ଧଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣାରେ ତାଙ୍କର ଅଣ୍ଟା ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଏଭଳି ଜଘନ୍ୟ କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି ଗାଡ଼ିଚାଳକ । ଯେଉଁ ବୋଲେରୋ ଗାଡିଟି ପୁଲିସ ଏସ.ଆଇଙ୍କୁ ଧକ୍କା ଦେଇଛି, ସେହି ଗାଡ଼ିର ମାଲିକ କିଏ, ଡ୍ରାଇଭର କିଏ, ତାକୁ ଖୋଜାଚାଲିଛି । ତେବେ ଯୋଜନାବଦ୍ଧ ଭାବେ ଏସଆଇ ଅମିତ୍ ଧଳଙ୍କୁ ଗାଡ଼ି ମଡ଼ାଇ ଦିଆଯାଇଥିବା ସୂଚନା ମିଳିଛି ।