Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚଣ୍ଡ ଆକ୍ରମଣରେ ଥରିଲା କିବ୍‌, ରୁଷ୍ ସେନାର ପ୍ରାୟ ୮ ଶହ ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର

ରୁଷ୍ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୪ ବର୍ଷ ଧରି ଯୁଦ୍ଧ ଚାଲିଥିବା ବେଳେ ଏବେ ୟୁକ୍ରେନର ରାଜଧାନୀ କିବ୍ ରୁଷ୍ର ଟାର୍ଗେଟ୍ରେ ରହିଛି। ୩ ସପ୍ତାହ ହେଲା ରୁଷ୍ ସେନା କିବ୍କୁ ଟାର୍ଗେଟ୍ କରିଆସୁଛି ଏବଂ ଆଜି ସବୁଠାରୁ ବଡ଼ ଆକ୍ରମଣ ହୋଇଛି। ପ୍ରାୟ ୮ ଶହ ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର ଦ୍ବାରା ରୁଷ୍ କିବ୍କୁ ଟାର୍ଗେଟ୍ କରିଛି।

ଏହି ଆକ୍ରମଣରେ କିବ୍ର ‘କ୍ୟାବିନେଟ୍ ଭବନ’ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ଅଚାନକ ତା’ର ରଣନୀତି ବଦଳାଇ ଏୟାରଷ୍ଟ୍ରାଇକ୍ ଦ୍ବାରା କିବ୍କୁ ଛାରଖାର କରିଦେବାକୁ ବିଶାଳ ଯୋଜନା କରିଛି । କ୍ଷେପଣାସ୍ତ୍ର ମାଡ଼ରେ କ୍ୟାବିନେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି ଏବଂ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ୟୁକ୍ରେନର ସାମରିକ ପ୍ରଶାସନ ମୁଖ୍ୟ ରବିବାର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ସରକାରଙ୍କ ଏହି ମୁଖ୍ୟ ଭବନରୁ ଆଜି ସକାଳେ ଘନ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ରୁଷ୍ ରାତିସାରା ଆକ୍ରମଣ ଜାରି ରଖିଥିବା ବେଳେ ଏଥିରେ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ସରକାରୀ ମୁଖ୍ୟାଳୟ ସମେତ ରାଜଧାନୀର ୩୦ରୁ ଅଧିକ କୋଠା ଛାରଖାର ହୋଇଥିବା ରିପୋର୍ଟ ମିଳିଛି। କିବ୍ ମେୟର କହିଛନ୍ତି ଯେ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ପ୍ରମୁଖ ଅଂଚଳରେ ଅଧିକ ବିପର୍ଯ୍ୟୟ ଘଟାଇବାକୁ ରୁଷ୍ ପ୍ରୟାସ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ