Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ରେ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି), ମାସେ ମଧ୍ୟରେ ଫଳ ପ୍ରକାଶ

ଏଣିକି ନୂତନ ପଦ୍ଧତିରେ ପରୀକ୍ଷା କରିବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। କେନ୍ଦ୍ରୀୟ ଢାଞ୍ଚାରେ ହେବ ପରୀକ୍ଷା ପରିଚାଳନା। ବୋର୍ଡ ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ଯାଏ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ଯିବ। ଡିଜି ଲକର, ବକ୍ସ ଏବଂ ଟ୍ରଙ୍କରେ ପ୍ରଶ୍ନପତ୍ରକୁ ପୁଲିସ ଏବଂ ପ୍ରଶାସନ ଅଧିକାରୀମାନେ ସୁରକ୍ଷା ବଳୟ ମଧ୍ୟରେ ନେବେ।

ସେଠାରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଜିଲାପାଳଙ୍କ ତତ୍ତ୍ବାବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଶେଷ ହେବା ପରେ ପୁଲିସ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ସହ ଉତ୍ତରଖାତା ନୋଡାଲ ସେଣ୍ଟରକୁ ଆଣିବ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ରୁ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ପରୀକ୍ଷା ଶେଷ ହେବାର ଏକ ମାସ ମଧ୍ୟରେ ଫଳ ପ୍ରକାଶ ପାଇବ। ତେବେ ନୂତନ ସଂସ୍ଥାକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯାଇଥିବାବେଳେ ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡର ଏକ ନୂତନ ଟିମ୍‌ ଗଠନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

ରାଜ୍ୟର ୧୯୩ ପରୀକ୍ଷା କେନ୍ଦ୍ରରେ ମୋଟ ୭୫ ହଜାର ୪୦୩ ଜଣ ଶିକ୍ଷକ ଏହି ସ୍ବତନ୍ତ୍ର ଓଟିଇଟି ଦେବେ। ସେମାନଙ୍କ ମଧ୍ୟରୁ ପେପର- ୧ରେ ୨୯ ହଜାର ୪ ଜଣ ଓ ପେପର- ୨ରେ ୪୬ ହଜାର ୩୯୯ ଆଶାୟୀ ଫର୍ମପୂରଣ କରିଛନ୍ତି। ଏହି ଆଶାୟୀମାନେ ଶିକ୍ଷକ ହୋଇଥିବାବେଳେ ସେମାନଙ୍କ ନିକଟରେ ଓଟିଇଟି ଯୋଗ୍ୟତା ନାହିଁ। ତେଣୁ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ହୋଇଥିବାରୁ ଏହି ସ୍ବତନ୍ତ୍ର ଓଟିଇଟି କରାଯାଉଛି। ଗତ ଜୁଲାଇ ୧୯ରେ ପରୀକ୍ଷା ହେବାକୁ ଥିବାବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଇଥିଲା। ଏହାପରେ ତଦନ୍ତରୁ ୮ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିବା ସହ ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ପରୀକ୍ଷା ପାଇଁ ତାରିଖ ପରେ ତାରିଖ ବଦଳି ଥିଲାବେଳେ ଶେଷରେ ଆସନ୍ତା ୨୭ରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିସହ ପରୀକ୍ଷାରେ ଯେଭଳି ପ୍ରଶ୍ନପତ୍ର ତ୍ରୁଟି କିମ୍ବା ପ୍ରଘଟ ନହେବ, ତାହାକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା ଭଳି ବିଭିନ୍ନ କେନ୍ଦ୍ରୀୟସ୍ତରର ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ସଂସ୍ଥାକୁ ମୁଦ୍ରଣ ଦାୟିତ୍ବ ଦିଆଯାଇଛି। ଏଥିସହ ଦିଲ୍ଲୀ ଯାଇ ନୂଆ ପଦ୍ଧତିରେ ପରୀକ୍ଷା କରିବାକୁ ବୋର୍ଡ ସଭାପତି ଶ୍ରୀ ତରାଇ ଅନୁଧ୍ୟାନ କରିଥିବାବେଳେ ଏହି ଓଟିଇଟି ପରୀକ୍ଷାରେ ତାହାକୁ ଆପଣାଯାଇଛି। ଯେଭଳି ସାଧାରଣ ନିର୍ବାଚନ ସମୟରେ ଇଭିଏମ୍‌ଗୁଡ଼ିକ ସୁରକ୍ଷିତ ଭାବେ ନିଆଯାଏ, ସେହିଭଳି ବୋର୍ଡର ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖାଯିବ ଏବଂ ପରୀକ୍ଷା କେନ୍ଦ୍ରକୁ ନିଆଯିବ। ବୋର୍ଡର କିଛି କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଥିବା ସମସ୍ତଙ୍କ ଉପରେ ନଜର ରଖାଯିବ। ବୋର୍ଡ ମୁଖ୍ୟାଳୟରୁ ମଧ୍ୟ କମାଣ୍ଡ କ​‌େ​‌ଣ୍ଟ୍ରାଲ ରୁମ୍‌କୁ ସବୁ କେନ୍ଦ୍ରରେ ସିସିଟିଭି ଦ୍ବାରା ନଜର ରଖାଯିବ ବୋଲି ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ