Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଦ କୋଠି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଟେମରା ଗ୍ରାମ ର ମହିଳା ଗୋଷ୍ଠୀ ଓ ଗ୍ରାମବାସୀ,କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ।

କଳାହାଣ୍ଡି,୦୮/୦୯
ଦିନ ତମାମ ରାସ୍ତା ରେ ମଦୁଆ ଙ୍କ ଅଶାଳୀନ ବ୍ୟବହାର ଟାହି ଟାପରା ଓ ଗାଁ ମଝି ରେ ଖୁଲାମଖୁଲା ଦେଶୀ ବିଦେଶୀ ମଦ କୋଠି ଖୋଲି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ମାନେ ବେଆଇନ ଭାବେ ମଦ କୋଠି ଖୋଲିଛନ୍ତି,ଗ୍ରାମବାସୀ ମାନେ ଅଭିଯୋଗ କଲେ ଓଲଟା ମଦ କୋଠି ମାଲିକ ମାନେ ଗାଳିଗୁଲଜ ଓ ରୁବାବି ଦେଖାଇ ତମେ ଆମର କିଛି କରି ପାରିବ ନାହିଁ ବୋଳି ଓଲଟା ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମ ର ଛାତ୍ର, ଯୁବକ ଓ ଶ୍ରମିକ ଶ୍ରେଣୀର ଦିନ ମଜୁରିଆ ମାନେ ରୋଜଗାର ଟଙ୍କା କୁ ମଦ ପାଣି ରେ ଉଡାଇ ଦେଇ ପଥଭ୍ରଷ୍ଟ ହୋଇ ନିଶା ସେବନ କରି କୂପଥଗାମୀ ହେଉଥିବା ଅଭିଯୋଗ କରିଛନ୍ତି। ଭଳି ଘଟଣା ରେ ଅତିଷ୍ଠ ହୋଇ ସୋମବାର କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସ୍ଥାନୀୟ ଯୁବନେତା ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ କୋକସରା ଥାନା ରେ ଆସି ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ଅନୁମୋଦନ ଦସ୍ତଖତ ଓ ମହିଳା ଗୋଷ୍ଠି ର ଶତାଧିକ ମହିଳା ଙ୍କ ଦସ୍ତଖତ ଥିବା ଏକ ଲିଖିତ ଦାବିପତ୍ର ଥାନା ଅଧିକାରୀ ଙ୍କୁ ପ୍ରଦାନ କରିବା ସହ ଗାଁ ରେ ଥିବା ବେଆଇନ ମଦ କୋଠି କୁ ବନ୍ଦ କରିବାକୁ ଦାବି କରିଛନ୍ତି। ଯଦି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗାଁ ରେ ଥିବା ମଦ କୋଠି କୁ ଉଚ୍ଛେଦ କରିବାକୁ ମହିଳା ଗୋଷ୍ଠୀ ବାଧ୍ୟ ହେବେ ବୋଳି ଟେମରା ଗ୍ରାମର ଶତାଧିକ ମହିଳା ମାନେ ଚେତାବନୀ ଦେଇଛନ୍ତି। ଏନେଇ କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ଙ୍କ ପ୍ରତିକ୍ରିୟା ନେବାରୁ ବେଆଇନ ମଦ କୋଠି ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।