ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ବୃଦ୍ଧ ଉଦେ ମାଝୀ(୬୦) ଆଜି ଭୋର ସମୟରେ ଶୌଚ ହେବାପରେ ଗାଁ ନିକଟସ୍ଥ ନିଜ ଚାଷଜମି କୁ ଯାଉଥିବା ବେଳେ ଗାଁ ନିକଟରେ ଥିବା ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ବୃଦ୍ଧ ଙ୍କ ମୁଣ୍ଡ ଓ ପିଠି କୁ କ୍ଷତାକ୍ତ ଆକ୍ରମଣ କରି ସେଠାରୁ ଚାଲି ଯାଇଥିବା ବେଳେ, ଗୁରୁତର ବୃଦ୍ଧ ଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପରିବାର ଲୋକେ ଏନେଇ ଜୟପାଟଣା ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ଖବର ଦେବାପରେ ଫରେଷ୍ଟ ଗାର୍ଡ ଆସି ସମସ୍ତ ତଥ୍ୟ ସଂଗ୍ରହ କରି ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି। ଅନ୍ୟପଟେ ବୃଦ୍ଧ ଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି।