Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂଜା ପୂର୍ବରୁ ୧,୩୦୦ ଟଙ୍କା ବଢିଗଲା ସୁନା ଦର, ୩ ହଜାର ମହଙ୍ଗା ହେଲା ରୂପା

ପାର୍ବଣ ଋତୁ ଆରମ୍ଭର ଠିକ୍ ପୂର୍ବରୁ ସୁନା ଏବଂ ରୂପା ଦରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩୦୦ ଟଙ୍କା ବଢି ୧,୧୦,୨୯୦ ଟଙ୍କାରେ ପହଞ୍ଚିଛି। ଆଜି ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୪୪୦ ଟଙ୍କା ଅଛି।

ସେହିପରି ଏଠାରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୦୧,୨୫୦ ଟଙ୍କା ରହିଛି। ଏହା ବ୍ୟତୀତ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ ୨୪ କ୍ୟାରେଟ ସୁନା ୧,୧୦,୨୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୦୧,୧୦୦ ଟଙ୍କାରେ ବିକ୍ରି ହେଉଛି।

ରୂପା ଦର ଗତକାଲି ଜାତୀୟ ରାଜଧାନୀରେ କିଲୋଗ୍ରାମ ପିଛା ୧,୨୭,୦୦୦ ଥିଲା। କିନ୍ତୁ ଆଜି ଏଥିରେ ୩ ହଜାର ଟଙ୍କା ବଢି ୧,୩୦,୦୦୦ ଟଙ୍କାରେ ପହଞ୍ଚିଛି। ଯଦି ଆମେ ଭୁବନେଶ୍ୱର ବିଷୟରେ ଆଲୋଚନା କରିବା ତେବେ ଆଜି ରୂପା ଦର କିଲୋଗ୍ରାମ ପିଛା ୧,୪୦,୦୦୦ ଟଙ୍କା ରହିଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୨୯୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ଆଜି ୧,୦୧,୧୦୦ ଟଙ୍କାରେ ପହଞ୍ଚିଛି। କିନ୍ତୁ ଗତକାଲି ଏହାର ଦର ୯୯,୮୫୦ ଟଙ୍କା ଥିଲା। ଅର୍ଥାତ ଆଜି ଭୁବନେଶ୍ୱରରେ ସୁନା ଦର ୧,୨୫୦ ଟଙ୍କା ବଢିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ