Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡ଼ିକୁ ଡବଲ୍ ଝଟ୍‌କା, ଦଳ ଛାଡ଼ିଲେ ଏନ୍ ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକା, ବିଜୁ ସ୍ୱାଭିମାନ ମଞ୍ଚ ଦଳ ଗଢିଛନ୍ତି

ବିଜେଡିକୁ ଡବଲ ଝଟ୍‌କା । ବିଜୁ ଜନତା ଦଳ ଛାଡିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ  ଏନ୍‌ ଭାସ୍କର ରାଓ ଏବଂ ଲାଲ୍‌ବିହାରୀ ହିମିରିକା। ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିଥିବା ସୂଚନା ।

ବିଜେଡ଼ିର ବରିଷ୍ଠ ନେତା ଓ ଦୃଢ ସଂଗଠକଙ୍କ ମଧ୍ୟରେ ଏନ୍‌.ଭାସ୍କର ଜଣେ । ଯେଉଁଥି ପାଇଁ ଦଳ ତାଙ୍କୁ ୨୦୧୬ ମସିହାରେ ରାଜ୍ୟସଭା ସାଂସଦ ପାଇଁ ମନୋନୀତ କରିଥିଲା । ଏହାପରେ ସେ ୨୦୧୬ ରୁ ୨୦୨୨ ଯାଏଁ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ହେଲେ ଏବେ ବିଜେଡିକୁ ବାଏ ବାଏ କହିଛନ୍ତି ଏନ୍‌ ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏନ୍‌ ଭାସ୍କର ରାଓ ।

ସେହିପରି ବିଜେଡିର ଆଉ ଜଣେ ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ିଛନ୍ତି । ବରିଷ୍ଠ ରାଜନେତା ଲାଲବିହାରୀ ହିମିରିକା ମଧ୍ୟ ଦଳ ଛାଡ଼ିଛନ୍ତି । ଏନେଇ ଉଭୟ ନେତା ଦଳ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଉଭୟ ନେତା ଦଳ ଛାଡ଼ିବା ପରେ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ ଏକ ନୂଆ ଦଳଗଢ଼ିଥିବା ସୂଚନା ମିଳିଛି ।