Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ କ୍ରସ୍ ଭୋଟିଂ, ଏନଡିଏ ପାଖରେ ଅଛନ୍ତି ୪୨୭ ସାଂସଦ, ରାଧାକ୍ରିଷ୍ଣନ ପାଇଥିଲେ ୪୫୨ ଭୋଟ୍‌

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ୪୫୨ ଭୋଟ୍ ସହ ବିଜୟୀ ହେବା ପରେ, କ୍ରସ୍‌ ଭୋଟିଂକୁ ନେଇ ବଢ଼ିଲା ଚର୍ଚ୍ଚା । ଆକଳନ କରାଯାଉଥିଲା, ଏନଡିଏ ପାଖରେ ଅଛନ୍ତି ୪୨୭ ସାଂସଦ । ତେବେ ଅତି ଆଶ୍ଚର୍ଯ୍ୟଜନକ ଭାବେ ରାଧାକ୍ରିଷ୍ଣନ ପାଇଥିଲେ ୪୫୨ ଭୋଟ୍‌ । ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ମାତ୍ର ୩୦୦ ଭୋଟ୍ ।

ତେବେ ଏହା କେମିତି ସମ୍ଭବ ହେଲା? ବିରୋଧୀ ପକ୍ଷଙ୍କ ଏଭଳି ଆକଳନଠୁ ଯଥେଷ୍ଟ ଦୁର୍ବଳ ପ୍ରଦର୍ଶନ ପଛର କାରଣ କଣ?

ଯାହା ଚର୍ଚ୍ଚା ହେଉଛି- ବିରୋଧୀ କ୍ୟାମ୍ପରୁ ବହୁ ସାଂସଦ ସିକ୍ରେଟ୍ ବାଲଟରେ ଏନଡିଏ ପ୍ରାର୍ଥୀଙ୍କୁ ଲୁଚାଛପା ସମର୍ଥନ ଦେଇ ଖେଳ ବିଗାଡ଼ି ଥାଇପାରନ୍ତି । ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ବିପ୍ କାର୍ଯ୍ୟ କରିନଥାଏ, ତେଣୁ ସେମାନେ ରାଧାକ୍ରିଷ୍ଣନଙ୍କୁ ଭୋଟ୍ ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଅତିକମରେ ୧୩ ଜଣ ସାଂସଦ କ୍ରସ୍ ଭୋଟିଂ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଧାକ୍ରିଷ୍ଣନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ନବ ନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ