ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପରେ ଶିକ୍ଷକ ଅମିତ ମହାନ୍ତିଙ୍କୁ ବ୍ଳକସ୍ତରୀୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୧୦/୦୯
ଗୁରୁ ଦିବସ ଅବସରରେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ୨୦୨୪/୨୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି। ଯାହା ନିଜ ସ୍କୁଲ ସମେତ ସମଗ୍ର କୋକସରା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛି। ଏହି ଅବସରରେ ବୁଧବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଖେଳ ଶିକ୍ଷକ ଶ୍ରୀମହାନ୍ତିଙ୍କ ଉଦ୍ଦେଶ୍ୟରେ ବ୍ଳକ ସ୍ତରୀୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। ଏଥିରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ଟେମରା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ହୋତା, ମାଝୀଗୁଡା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାଶ, କାଉଡୋଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା, ନେଗୀଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ଜାଲ, ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୦୦୬ ମସିହାରୁ ଶିକ୍ଷକ ଶ୍ରୀ ମହାନ୍ତି ବିଦ୍ୟାଳୟରେ ଯୋଗଦେବା ପରଠାରୁ ନିରନ୍ତର ଭାବରେ କ୍ରୀଡାର ବିକାଶ ସହିତ ଛାତ୍ର ଛାତ୍ରୀମାନଙ୍କୁ ଖେଳକୁଦରେ ଆଗକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରକୁ ନେଇ ପାରିଛନ୍ତି। ଏବଂ ନିଜ ବିଦ୍ୟାଳୟ ତଥା ଅଞ୍ଚଳର ନାଁ କୁ ଗୌରାବନିତ୍ତ କରି ପାରିଥିବା ମତପ୍ରକାଶ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ଓ ସ୍କୁଲ ପକ୍ଷରୁ ଶିକ୍ଷକ ଶ୍ରୀମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ହେମନ୍ତ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ଅଙ୍କିତା ପଟ୍ଟନାୟକ ଓ ତପସ୍ୱିନୀ ବଚ୍ଛା ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସିମାରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।