Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଥିକ ବ୍ୟଥାକୁ ପଛରେ ପକାଇ ଆଦିବାସୀ ଝିଅ ଏବେ ମେଡିକାଲ ଛାତ୍ରୀ!!

କଳାହାଣ୍ଡି:ଦାରିଦ୍ର୍ୟତାର କଷାଘାତ ମଧ୍ୟରେ ଯେଉଁ ମାନେ ନିଜର ଶକ୍ତ ମାନସିକତା ବଳରେ ସମସ୍ତ ଘାତ ପ୍ରତିଘାତ କୁ ଅତିକ୍ରମ କରି ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚି ପାରନ୍ତି ସେହିମାନେ ହିଁ ବାସ୍ତବ ସାଧକ,ସେପରି ଏକ ଯନ୍ତ୍ରଣା ଦାୟକ ଜୀବନ ପ୍ରବାହ ମଧ୍ୟରେ ଗ୍ରାମ୍ୟ ଚପଲତା ସାଙ୍ଗକୁ ଦାରିଦ୍ର୍ୟତା ମଧ୍ୟରେ ବଢ଼ି ଆସିଥିବା ଆଦିବାସୀ ଝିଅ ବିଦୁ ଦାରିଦ୍ର୍ୟତା କୁ ପଛରେ ପକାଇ ଏବେ ନିଟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ସହିତ ବ୍ରହ୍ମପୁର ସ୍ଥିତ ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀ ଭାବରେ ନାମ ଲେଖାଇ ସମଗ୍ର ଅଞ୍ଚଳ ପାଇଁ ଉଦାହରଣ ପାଲଟି ସାରିଛି।ଫଳରେ ଅନେକ ଶୁଭେଚ୍ଛୁ, ସାମାଜିକ କର୍ମୀ, ଉଚ୍ଚ ଅଧିକାରୀ, ସାମାଜିକ ସଂଗଠନ ଏବେ ସେହି ପଲ୍ଲୀ ମେଧା ବିଦୁ କୁ ଶୁଭେଚ୍ଛା ଜଣାଇବା ପାଇଁ ଗାଁ କୁ ଛୁଟୁ ଥିବାର ଦେଖିବାକୁ ମିଳୁଛି|ସୂଚନା ରୁ ପ୍ରକାଶ ଯେ ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପଞ୍ଚାୟତ ନୂଆପଡ଼ା ର ବିଦୁ ନାଏକ ବାଲ୍ୟ ଶିକ୍ଷା ଗାଁ ର ନୂତନ ପ୍ରାଥମିକ ବିଦ୍ୟାଳୟ ରେ ସମ୍ପନ୍ନ କଲା ପରେ ହାଇସ୍କୁଲ ଶିକ୍ଷା ଦୂଲ୍କିବନ୍ଧ ସ୍ଥିତ କନ୍ୟାଶ୍ରମ ରେ ସମ୍ପନ୍ନ କରିଥିଲା। ପରବର୍ତୀ ସମୟରେ+୨ଲାଞ୍ଜିଗଡ ସ୍ଥିତ ଉଚ୍ଚ ମାଧୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରି ସର୍ବଶ୍ରେଷ୍ଠ ତାଲିକା ରେ ନିଜକୁ ରଖି ଉତ୍ତୀର୍ଣ୍ଣ ହୋଇଥିଲା।କିନ୍ତୁ ପରବର୍ତ୍ତୀ ଉଚ୍ଚ ଶିକ୍ଷା ପାଇଁ ଅନିଶ୍ଚିତତା ମଧ୍ୟରେ ରହିଯାଇଥିଲା ବିଦୁ। ଗାଁ କୁ ଚାଲି ଆସି ପିଲାଙ୍କୁ ଟିଉସନ୍ କଲା ଓ ଅଧିକ ସମୟ ବାହାର କରି ନିଜକୁ କୃଷି ମଜୁରିଆ ଭାବରେ ଅକ୍ଲ୍ୟାନ୍ତ ପରିଶ୍ରମ କଲା।ଏହି ସମସ୍ତ ଉଦ୍ୟମ କେବଳ ଉଚ୍ଚଶିକ୍ଷା ପାଇଁ ସମର୍ପିତ ଥିଲା। ଶେଷରେ ସାଧନା ର ସିଦ୍ଧି ପାଇଁ ରାସ୍ତା ଉନ୍ମୁକ୍ତ ହେବାରେ ଲାଗିଲା। ତାରୀ ଡାକ୍ତରୀ ପଢ଼ିବାର ଲକ୍ଷ୍ୟ କୁ ନେଇ ଜଣେ ସମ୍ପର୍କୀୟ ବଡ଼ ଭାଇ ଲାବଣ୍ୟ ପୁଝାରୀ ଆର୍ଥିକ ସହଯୋଗ ର ହାତ ବଢାଇଲେ।ସାହସ ଭାରିଲା।ବିଦୁ ଭୁବନେଶ୍ୱର ଯାଇ ନୀଟ ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କଲା।ଏକ ବର୍ଷ ର କଠିନ ପରିଶ୍ରମ କରି ଶେଷରେ ଗତ ଜୁନ ମାସ ରେ ସେ ନୀଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହେଲା।ଏବେ ବ୍ରହ୍ମପୁର ମେଡିକାଲ୍ କଲେଜ ରେ ନାମ ଲେଖା ସାରି ଗାଁ କୁ ଫେରି ଥିବାର ଖବର ଗାଁ ଓ ଅଞ୍ଚଳ ପାଇଁ ଖୁସି ର ଲହରୀ ଆଣି ଦେଇଛି।ଦୁଃଖ କଷ୍ଟ ର ଅଗ୍ନି ଦାହ ମଧ୍ୟରେ ନିଜର ଶିକ୍ଷା ପ୍ରତି ଥିବା ନିଷ୍ଟା ଓ ସଂକଳ୍ପ କୁ ପ୍ରମାଣିତ କରିଥିବା ୨୧ ବର୍ଷ ର ବିଦୁ ନିଜର ଏକ ନିଷ୍ଠ ସାଧନା ଓ ଭାଇ ଲାବଣ୍ୟ ର ସହଯୋଗ କୁ ଶ୍ରେୟ ଦେବା ସହିତ ବାପା ନରେନ୍ଦ୍ର ଓ ମାଆ ପ୍ରେମସିଲା ଙ୍କ ପ୍ରଚ୍ଛଦପଟ ର ସମର୍ଥନ ପାଇଁ ସବୁ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିବା ସହିତ ମୋର ଏବେ ସମସ୍ତ ପ୍ରକାର ର କଷ୍ଟ ଲାଘବ ହୋଇ ଯିବା ବୋଲି ଆତ୍ମପ୍ରତ୍ୟୟ ହୋଇ ସାରିଥିବା ପ୍ରକାଶ କରିଥିଲେ। ସୁଭେଛା ଜଣାଇବା ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ର ଅଧିକ୍ଷଣ ଯନ୍ତ୍ରୀ ତୃପପାତ୍ର , କୈଳାଶ ଚନ୍ଦ୍ର ମାଝୀ, ଅବସର ପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ ଆଦିବାସୀ ନେତା ମନୋଜ ପାତ୍ର ସମାଜ ସେବୀ ଶେଷଦେବ ବେହେରା ପ୍ରମୁଖ ବିଦୁ ର ପରିବାର କୁ ସାକ୍ଷାତ୍ କରି ତାର ନୀରବ ଛିନ୍ନ ସାଧନା କୁ ପ୍ରଶଂସା କରି ଫେରିଥିବା ର ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories