Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ସିଟ୍ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆପଡ଼ା ବିଧାନସଭା ସିଟ୍ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ସୂଚନାନୁଯାୟୀ, ରାଜେନ୍ଦ୍ର ଢୋଲକିଆ ୨୦୦୪, ୨୦୦୯, ୨୦୧୯ ଓ ୨୦୨୪ରେ ନୂଆପଡ଼ା ଆସନରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଥରେ ସ୍ଵାଧୀନରେ ଓ ୩ ଥର ବିଜେଡି ଟିକଟରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ସେ ବିଜେଡିର ଜଣେ ତୁଙ୍ଗ ନେତା ଥିଲେ । ଦୀର୍ଘଦିନର ଅସୁସ୍ଥତା ପାଇଁ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଧାୟକ ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ