ମରଣଯନ୍ତା ପାଲଟିଛି ଡଭା ଜଗଦଲପୁର ରାସ୍ତା

ବରଗଡ଼/ଝାରବନ୍ଧ ତା:୧୧.୦୯.୨୦୨୫ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଜଗଦଲପୁର ରାସ୍ତା ଖାଲ ମରଣଯନ୍ତା ରେ ପରିଣତ ହୋଇଛି । ନୀତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ଡଭା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜସ୍ୱ କାର୍ଯ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ୟାକ୍ସ , ବ୍ୟାଙ୍କ ତଥା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଶହ ଶହ ସଂଖ୍ୟାରେ ଲୋକେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି । ରେଳ ରେ ଯିବା ପାଇଁ ହେଲେ ନୂଆପଡ଼ା ଜିଲ୍ଲା ର ଖରିଆର ରୋଡ଼ ରେ ଥିବା ରେଳ ଷ୍ଟେସନ ହେଉଛି ଏକମାତ୍ର ଷ୍ଟେସନ , ଏହି ଷ୍ଟେସନ କୁ ଡଭା ଅଞ୍ଚଳ ସହ ଛତିଶଗଡ଼ ର ଲୋକେ ବ୍ୟବହାର କରୁଛନ୍ତି ହେଲେ ଏହି ଖାଲ ଖମା ଯୋଗୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୌଣସି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଏବଂ ନୂଆପଡା ଜିଲ୍ଲା ପାଖ ପଡ଼ୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରିବା ପାଇଁ ମଧ୍ୟ ଏହି ରାସ୍ତା ରେ ଲୋକେ ଯାଉଛନ୍ତି । ଛତିଶଗଡ଼ ର ବସନା ଓ ସରାଇପାଳି ହେଉଛି ଓଡ଼ିଶା ଏବଂ ଛତିଶଗଡ଼ ର ବ୍ୟବସାୟୀ କରଣର ସମନ୍ୱୟ ସ୍ଥଳ । ଏଣୁ ଏହି ସହର କୁ ପ୍ରତ୍ୟହ ଶହ ଶହ ସଂଖ୍ୟା ରେ ଲୋକେ ଯିବା ଆସିବା କରୁଛନ୍ତି । ଏମିତି ବ୍ୟସ୍ତ ବହୁଳ ରେ ରାସ୍ତା ର ଠିକ ଭାବରେ ଠିକ ସମୟରେ ମରାମତି କରାଯାଉନଥିବାରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଯଥାଶୀଘ୍ର ଏହି ରାସ୍ତା ର ମରାମତି ସହ ଉନ୍ନତିକରଣ ପାଇଁ ଜନସାଧାରଣ ରେ ଦାବୀ ହେଉଛି ।