Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ, ସମସ୍ତ ବର୍ଗର ଶିକ୍ଷକ ଏକାକାର ହେବାକୁ ଆହ୍ୱାନ ଦେଲେ ଶିକ୍ଷକ ସଙ୍ଘ ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଆମପାଣି ପଞ୍ଚାୟତ ସଦର ମହକୁମାର ଧାନ ମଣ୍ଡି ରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ମାନେ ବୁଢ଼ାରଜା ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଧାନ ମଣ୍ଡି ରେ ପହଞ୍ଚି ବୁଢ଼ାରଜା ଙ୍କ ଫୋଟୋଚିତ୍ର ରେ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କୋକସରା ବିଇଓ ମହେଶ କୁମାର ଭାଟି ଙ୍କ ସଭାପତିତ୍ୱ ରେ ସ୍ୱାଗତ ଅଭିଭାଷଣ, ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ବରିଷ୍ଠ ଶିକ୍ଷାବିଦ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ସଙ୍ଘ ପକ୍ଷରୁ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପରମ୍ପରା,ଭାଇଚାରା ର ମହାମିଲନ ପର୍ବ ଭାବେ ପାଳନ କରିବା ସହ ଏହି ପର୍ବ ଆମ ପରମ୍ପରା କୁ ନୂତନ ଦିଗନ୍ତ ଦେଉଥିବା ସହ ଏକତା ର ବାର୍ତ୍ତା ଦେଉଥିବା ନେଇ ମତ ପ୍ରକାଶ କରିଥିଲେ।ନୂଆଁଖାଇ ଭେଟଘାଟ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଲକ ର ୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ସହ ଉପସ୍ଥତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ୮ ଜଣ ଅବସର ପ୍ରାପ୍ତ ଶିକ୍ଷକ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ବର୍ଦ୍ଧିତ ଶିକ୍ଷକ ଏମ.ଏନ ପଦ୍ମଲୋଚନ ସାହୁ କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ନୂଆଁଖାଇ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ବରିଷ୍ଠ ଶିକ୍ଷକ ଭାଗ୍ୟବନ ବାଗ,କ୍ଷୀରସିନ୍ଧୁ ବାଣୁଆ, ଶିକ୍ଷୟିତ୍ରୀ ଯଶୋଧାରା ବାଗ ସୁନ୍ଦର ଶବ୍ଦ ସଂଯୋଜନା ସହିତ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଶିକ୍ଷକ ସଂଘ ସଭାପତି ଚନ୍ଦ୍ରମୋହନ ପୁଝାରି,ସମ୍ପାଦକ ବେଣୁଧର ନାୟକ,ବରିଷ୍ଠ ଶିକ୍ଷକ ବୈକୁଣ୍ଠ ଜାଲ,ଈଶ୍ୱରୀ ପ୍ରସାଦ ଅଗସ୍ତି, ରମାକାନ୍ତ ଗୌଡ଼, ବବୃ ବାହାନ ବିଶି,ଏମ.ଏନ ପଦ୍ମଲୋଚନ ସାହୁ, ଭାଗ୍ୟବାନ ବାଗ, ରଂଜିତ ଖମାରି, କେଦାର ନାଥ ନାୟକ,ଗଗନ ବିହାରୀ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ପୁରୋହିତ, ଜଗତଜିତା ନାୟକ, ନିବେଦିତା ପୃଷ୍ଟି, ରଶ୍ମିତା ରାଉତ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ