Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ପଞ୍ଚାୟତ ସ୍ତରୀୟ ଡମ୍ବ ସମାଜ ନାରିନେତ୍ରୀ ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି:କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସ୍ତରୀୟ ଡମ୍ବ ସମାଜ ର ନାରୀ ସଙ୍ଘ ପକ୍ଷରୁ ସୁନାମାଲ ଗ୍ରାମ ସୁନିଆପଡା ରେ ପଞ୍ଚାୟତ ସ୍ତରୀୟ ଡମ୍ବ ସମାଜ ର ନାରିନେତ୍ରୀ ସଙ୍ଘ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ଲଡୁଗାଁ ପଞ୍ଚାୟତ ଡମ୍ବ ସମାଜ ର ସମାଜସେବି ଦେବାନନ୍ଦ ନାଏକ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ଡମ୍ବ ସମାଜ ର ବରିଷ୍ଠ ସାମାଜିକ କର୍ମି ଗରୁଡ଼ ବାଗ, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ଲଡୁଗାଁ ଗ୍ରାପ ନକୁଳ ନାଏକ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସଭାପତି ଭୁବନେଶ୍ୱର ପାଣିଗ୍ରାହୀ, ଉପ ସଭାପତି ଚିନିଲାଲ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭୁବନେଶ୍ୱର ଦୁର୍ଗା,ବିରଞ୍ଚି ବାଗ,କୋଷାଧ୍ୟକ୍ଷ କଶରଥ ନାଏକ, ଧର୍ମଗଡ ଉପଖଣ୍ଡ ଡମ୍ବ ସମାଜ ସଭାପତି ଗୋବର୍ଦ୍ଧନ ବାଗ,ସତ୍ୟବାନ ପାଣିଗ୍ରାହୀ, ଆଞ୍ଚଳିକ ଡମ୍ବ ସମାଜ ଉପ ସଭାପତି ମାର୍କଣ୍ଡ ବେମାଲ, ଅନୁସୂଚିତ ଜାତି ସଭାପତି କିଶୋର ନାଏକ, ସାମାଜିକ କର୍ମି ଦଶରଥ ବାଗ, ଭୋଲେଶ୍ୱର ବାଗ,ଲକ୍ଷ୍ମଣ ଛତ୍ରୀଆ, ଖଗେଶ୍ୱର ନାଏକ, ପ୍ରଧାନୀ ବାଗ, ତପନ ନାଏକ, କବି ବାଣୁଆ, ଚୈତନ ବାଗ, ଯୁଗେଶ୍ୱର ପାଣିଗ୍ରାହୀ, ପିତାମ୍ବର ମହାନନ୍ଦ, ଖଗେଶ୍ୱର ନାଏକ, ଧନସିଂ ଛତ୍ରୀଆ, ମୁରଲୀଧର ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ହେଉଛି ଆମ ସଂସ୍କୃତି, ପରମ୍ପରା ର ନିଦର୍ଶନ ବୋଳି କହିବା ସହ ଏହି ମହାନ ତିହାର ରେ ଆମେ ସମସ୍ତେ ମିଳିମିଶି ଭାଇଚାରା କୁ ବଜାୟ ରଖିବା ପାଇଁ ମତ ଦେଇଥିଲେ।ନାଟିନେତ୍ରୀ ପକ୍ଷରୁ ସଭାନେତ୍ରୀ ରେଖା ମହାନନ୍ଦ,ସାଧାରଣ ସମ୍ପାଦିକା ଉର୍ବଶୀ ନିଆଳ, କୁମୁଦିନି ପାଣିଗ୍ରାହୀ,ରେବତୀ ବାଗ, ତାପସ୍ୱିନୀ ଛତ୍ରୀଆ ,କୁସୁମା ପାଣିଗ୍ରାହୀ ସମେତ ଶତାଧିକ ସମାଜ ର ପୁରୁଷ ମହିଳା ଓ ଜନ ସାଧାରଣ ମାନେ ଉପସ୍ଥିତ ରହିଥିଲେ।ପରେ ନୂଆଁଖାଇ ଭେଟଘାଟ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ