ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୧୫/୦୯
ଏସବିଆଇ ଓ ରାମକି ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଭବାନୀପାଟଣା ସଦର ବ୍ଲକ ଡୋଙ୍ଗରି ପଦର ସରକାରି ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାତ୍ର ପରାଭୋଇ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଅମିତା ମାହାପାତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ସୁଷମା ନାୟକ ସହକାରୀ ଶିକ୍ଷକ ଶ୍ରୀ ପ୍ରତପ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଵିଶେଷ ଶିଶୁ ରେଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟ ଙ୍କ ତତ୍ୱବାଧାନ ରେ ଏହି ଶିବିର ଆୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟା ୩୦୫ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିଶୁ ରେଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ରିତୁ ପରିବର୍ତ୍ତନ ରେଗ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖା ପାଖି ଅଂଚଳର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କ ,ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ସୁଶ୍ରୀ ପ୍ରଜ୍ଞାରଞ୍ଜନା ନାଗ ସିସିଏଚ ତାନେ ଯାନି ଏବଂ ସୁବର୍ନା ଯାନି ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା, ନର୍ସି ଶ୍ରୀମତୀ ପଙ୍କଜିନି ରଣା, ଏଲଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସହକାରି ଶିକ୍ଷକ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।