Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କରଣ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ,ଜୁହାର ଭେଟ ସହ ବୃକ୍ଷ ରୋପଣ କରି ସଚେତନ ବାର୍ତ୍ତା ଦେଲେ।

କଳାହାଣ୍ଡି,୧୫/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଠାରେ ଆଞ୍ଚଳିକ କରଣ ସମାଜ କୋକସରା ତରଫରୁ ଏକ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଡୋଶୀ ଛତିଶଗଡ଼ ରାଜ୍ୟ ସମେତ ନବରଙ୍ଗପୁର ଜିଲ୍ଲା ରୁ ଓ ଧର୍ମଗଡ଼ ଉପଖଣ୍ଡର ପ୍ରାୟ ୩୬ ଗୋଟି ଗ୍ରାମରୁ କରଣ ସମାଜର ସଭ୍ୟ ସଭ୍ୟା ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ l ଆଞ୍ଚଳିକ କରଣ ସମାଜର ସଭାପତି ଶ୍ରୀଯୁକ୍ତ ସହଦେଵ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା l ଏହି ସଭାରେ ବଳରାମ ପଟ୍ଟନାୟକ,ଚିତ୍ତରଞ୍ଜନ ପଟ୍ଟନାୟକ,ମୁକୁନ୍ଦ ପଟ୍ଟନାୟକ,ଅଞ୍ଜନ ପଟ୍ଟନାୟକ,ମୁକ୍ତେଶ୍ଵର ପଟ୍ଟନାୟକ,ଶିଶୁଦେବ ପଟ୍ଟନାୟକ, ସମ୍ପାଦକ ନାରାୟଣ ପଟ୍ଟନାୟକ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ l ଅରବିନ୍ଦ ପଟ୍ଟନାୟକ ସଭାର ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ରଖି ଥିବାବେଳେ ନୀଳକଣ୍ଠ ପଟ୍ଟନାୟକ ସ୍ୱଗତ ଅଭିଭାଷଣ ପ୍ରାଦନ କରିଥିଲେ,ଅକ୍ଷୟ ପଟ୍ଟନାୟକ ସଭାତୀକୁ ସଂଯୋଜନା କରିଥିବା ବେଳେ ରାଧାକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ତୋଷ ମହାନ୍ତି, ଈଶ୍ୱରୀ ମହାନ୍ତି, ଘନଶ୍ୟାମ ପଟ୍ଟନାୟକ, ଅଭିମନ୍ୟୁ ପଟ୍ଟନାୟକ, ପ୍ରମୁଖ ମଞ୍ଚରେ ନିଜ ଜିଜର ଅଭିମତ ପ୍ରାଦନ କରିଥିଲେ l ଶେଷରେ ସମାଜ ପକ୍ଷରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଛନ୍ତି। ଅଶ୍ୱିନୀ ମହାନ୍ତି ଉମେଶ ପଟ୍ଟନାୟକ ହଳଧର ପଟ୍ଟନାୟକ, ଯୁଗଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l