Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ କୋଠି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଆମପାଣି ଗ୍ରାମ ର ମହିଳା ଗୋଷ୍ଠୀ, ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ।

କଳାହାଣ୍ଡି,୧୫/୦୯
ଦିନ ତମାମ ରାସ୍ତା ରେ ମଦୁଆ ଙ୍କ ଅଶାଳୀନ ବ୍ୟବହାର,ଟାହି ଟାପରା ଓ ଗାଁ ର ଗଳିକନ୍ଦିରେ ଖୁଲାମଖୁଲା ଦେଶୀ ବିଦେଶୀ ମଦ କୋଠି ଖୋଲି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ମାନେ ବେଆଇନ ଭାବେ ମଦ କୋଠି ଖୋଲିଛନ୍ତି,ଗ୍ରାମବାସୀ ମାନେ ଅଭିଯୋଗ କଲେ ଓଲଟା ମଦ କୋଠି ମାଲିକ ମାନେ ଗାଳିଗୁଲଜ ଦ ଦେଉଥିବା ଅଭିଯୋଗ କରିଛନ୍ତି କୋକସରା ବ୍ଲକ ଆମପାଣି ଗ୍ରାମ ର ମହିଳା ମାନେ।ଅନ୍ୟପକ୍ଷରେ ଗ୍ରାମ ର ଛାତ୍ର, ଯୁବକ ଓ ଶ୍ରମିକ ଶ୍ରେଣୀର ଦିନ ମଜୁରିଆ ମାନେ ରୋଜଗାର ଟଙ୍କା କୁ ମଦ ପାଣି ରେ ଉଡାଇ ଦେଇ ପଥଭ୍ରଷ୍ଟ ହୋଇ ନିଶା ସେବନ କରି କୂପଥଗାମୀ ହେଉଥିବା ଅଭିଯୋଗ କରିଛନ୍ତି। ଘଟଣା ରେ ଅତିଷ୍ଠ ହୋଇ ସୋମବାର ଆମପାଣି ଗ୍ରାମ ର ଶତାଧିକ ମହିଳା ମାନେ ଆମପାଣି ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କ ନେତୃତ୍ୱରେ ନାରିନେତ୍ରୀ ତିଲୋତ୍ତମା ନାଏକ, ୱାର୍ଡ ସଭ୍ୟା ଉର ପୁଝାରି, ଅହଲ୍ୟା ପଟେଲ, ନୁର ମାଝୀ, ରାମା ପଟେଲ, ତୁଳସୀ ମାଝୀ,ଚଞ୍ଚଲା ବାଗ, ସୁମିତ୍ରା ରାଉତ ସମେତ ଶତାଧିକ ମହିଳା ଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଳାହରସ ଙ୍କୁ।ପ୍ରଦାନ କରିବା ସହ ପୋଲିସ ପ୍ରଶାସନ ଶୀଘ୍ର ମଦ ବନ୍ଦ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ