Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ

ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ସଂପର୍କରେ କିନ୍ତୁ ମୁହଁ ଖୋଲୁନି ପୋଲିସ। ଘଟଣାରେ ବ୍ରହ୍ମଗିରି ଓ ସଦର ଥାନା ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ, ଆଉ ଜଣେ ଫେରାର୍‌ ଥିବା ସୂଚନା ମିଳିଛି। ଅପରପକ୍ଷେ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌‌ରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ଶନିବାର ଦିନ ୧୧ଟାରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍‌ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍‌ କରାଇଥିଲେ। କିନ୍ତୁ ନଦୀ ଅପରପାର୍ଶ୍ବରେ ପହଞ୍ଚିବା ପରେ ଯୁବକଙ୍କ ସ୍ୱଭାବ ବଦଳି ଯାଇଥିଲା। ସେମାନେ ପ୍ରେମିକକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ପ୍ରାୟ ଅଧଘଣ୍ଟ ଧରି ୪ ଯୁବକ ପାଶବିକ ଅତ୍ୟାଚାର କରି ଚାଲିଥିଲେ। ଏହାପରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ପୀଠକୁ ଆସି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ସ୍ପେଶାଲ ସ୍କ୍ୱାଡ୍‌, ବ୍ରହ୍ମଗିରି ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ଜଣଙ୍କୁ କାବୁ କରିଥିବା ବେଳେ, ଅନ୍ୟ ଜଣେ ଯୁବକ ଫେରାର୍‌ ହୋଇଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ