Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ; ଆଇନ ମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ। ଆଇନ ମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ। ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ଆଇନ ମନ୍ତ୍ରୀ ପରିବର୍ତ୍ତେ ତାଙ୍କୁ ଭୂ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନକୁ ମଞ୍ଜୁରି ଦେଇଛନ୍ତି ।

ସୂଚନାନୁସାରେ, ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ବିଳମ୍ବ, ନ୍ୟାୟପାଳିକା ସହିତ ଜନସାଧାରଣଙ୍କ ମଧ୍ୟରେ ମୁହାଁମୁହିଁ ଭଳି ଅନେକ କଥାକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଖପ୍ପା ଥିଲେ।

ନ୍ୟାୟପାଳିକା ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ ସର୍ବସାଧାରଣରେ ମୁହାଁମୁହିଁ ହେବା ଏବଂ ଆଇନ ମନ୍ତ୍ରୀଙ୍କ ନ୍ୟାୟପାଳିକା ସମ୍ବନ୍ଧରେ ଦେଇଥିବା ବିବୃତ୍ତି ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଅସନ୍ତୋଷର କାରଣ ବୋଲି କୁହାଯାଉଛି। ସରକାର ଚାହୁଁ ନଥିଲେ ନ୍ୟାୟପାଳିକା ସହିତ ମୁହାଁମୁହିଁ ପରିସ୍ଥିତି ସର୍ବସାଧାରଣରେ ଦେଖାଯାଉ।

ରିଜିଜୁ ଅରୁଣାଚଳ ପଶ୍ଚିମ ଲୋକସଭା ଆସନର ସାଂସଦ ଅଟନ୍ତି । ସେ ୨୦୧୪ରେ ନିର୍ବାଚନ ଜିତି ମୋଦି ମନ୍ତ୍ରୀ ମଣ୍ଡଳରେ ଗୃହ ରାଜ୍ୟମନ୍ତ୍ରୀ ହୋଇଥିଲେ । ୨୦୧୯ରେ ମୋଦୀଙ୍କ ୨ୟ ଇନିଂସରେ କିରଣ ରିଜିଜୁ ଖେଳ ମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଜୁଲାଇ ୨୦୨୧ରେ ଯେତେବେଳେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଗଲା ତାଙ୍କୁ ଆଇନ ମନ୍ତ୍ରୀ ଦାୟିତ୍ୱ ଦିଆଗଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ