Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଉଣୀର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି କେହଭରା କଣ୍ଠରେ କହିଛନ୍ତି ମୃତ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ଭାଇ

ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା । ହତ୍ୟା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତଙ୍କୁ ଜୋରଦାର ଜେରା କରୁଛି ପୋଲିସ୍ । ବୁଧବାର ରାତିରେ କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୋଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନୀ ଜେରା କରିଛି ।

ପ୍ରଥମେ ଦୀପକ ଓ ପରେ ବିନୋଦ ଓ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି । ସେପଟେ ଭଉଣୀର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି କେହଭରା କଣ୍ଠରେ କହିଛନ୍ତି ମୃତ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ଭାଇ । କେବଳ ହତ୍ୟାକାରୀ ନୁହେଁ, ଏହି ହତ୍ୟାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ, ସମସ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ ବୋଲି କହିଲେ ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ମହିଳା କନେଷ୍ଟବଳଙ୍କର ହେଲା ଶବ ବ୍ୟବଚ୍ଛେଦ ହେବା ସମୟରେ ଉପସ୍ଥିତ ଥିବା ୩ ଭାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମୃତ କନେଷ୍ଟବଳଙ୍କର ଶବ ବ୍ୟବଚ୍ଛେଦ ଜଣେ ମାଜିଷ୍ଟ୍ରେଟ୍, ୨ ଜଣ ଡାକ୍ତର, ଫାଣ୍ଡି ଅଧିକାରୀଙ୍କ ସହ, IOଙ୍କ ଉପସ୍ଥିତିରେ ମୃତ ଶୁଭମିତ୍ରା ସାହୁଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲା ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ମୃତ ମହିଳା କନେଷ୍ଟବଳଙ୍କ ୩ଜଣ ଭାଇଙ୍କ ଉପସ୍ଥିତି ରେ ଏହି ଶବ ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି ।