Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରେ ଗଞ୍ଜେଇ ବେପାର ପଡିଲା ମହଙ୍ଗା,ଜେଲ ଗଲେ ବୃଦ୍ଧା।

କଳାହାଣ୍ଡି,୧୮/୦୯
କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ।ଏ ନେଇ ଜଣେ ୬୮ ବର୍ଷୀୟ ବୃଦ୍ଧା କାଞ୍ଚନ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ ଜୟପାଟଣା ବନ୍ଧପଡାର ଏକ ଘରେ ଦୀର୍ଘ ଦିନ ରୁ ଚୋରା ଗଞ୍ଜେଇ ବିକ୍ରି ହେଉଥିଲା ।ଏ ନେଇ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡା ଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ ଆଜି ସକାଳୁ କାଞ୍ଚନ ଙ୍କ ଘରେ ଚଢ଼ାଉ କରିଥିଲା।ସେଠାରୁ ୫ କେଜି ଗଞ୍ଜେଇ ପାଇଥିବା ବେଳେ ଉକ୍ତ ଘଟଣାରେ କାଞ୍ଚନ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
Report_sanat pradhani, kalahandi