କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ବଡପୂଝାରୀଗୁଡା ଠାରେ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡପୂଝାରୀଗୁଡା ଧାନମଣ୍ଡି ପ୍ରାଙ୍ଗଣ ଠାରେ କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ରେ ଇଷ୍ଟଦେବାଦେବୀ ଙ୍କ ପାଖରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତିଶଗଡ ଅଞ୍ଚଳ ସମେତ ଗୋତମୁଣ୍ଡା ,ପିପଲଗୁଡା ,ପୂଝାରୀଗୁଡା , ଅଲଁଭଟା,ମୁନିଭଟା ଅଞ୍ଚଳରୁ କଲାର ସମାଜ ର ଶତାଧିକ ଲୋକେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ କଳାହାଣ୍ଡି କଲଚୁରି କଲାର ସେନା ର ସଭାପତି ଚୁଡ଼ାମଣି ନାୟକ ଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ବେଳେ ,ମଞ୍ଚ ପରିଚାଳନା କରିଥିଲେ କଲଚୁରୀ ସେନା ପ୍ରଦେଶ ସଂଯୋଜକ ବିରନଞ୍ଚନ ନାୟକ , ଉପସ୍ଥିତ ଅତିଥି ଅଁଲାଭଟା ସରପଞ୍ଚ ଭଗବତୀ ନାୟକ , କଲଚୁରୀ କଲାର ସେନା ଜିଲ୍ଲା ସାଧାରଣ ସଂପାଦକ ଭାରତ ବିଶି, କଲଚୁରୀ କଲାର ସେନା କୋଷାଧ୍ୟକ୍ଷ ହେମନ୍ତ ବିଶି ,ସହ ସଂପାଦକ ବାଳକୃଷ୍ଣ ବିଶି, ଆଞ୍ଚଳିକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।ଅତିଥି ମାନଙ୍କ ଆଲୋଚନା ପରେ , ନୂଆଖାଇ ଜୁହାର ଭେଟ ହୋଇଥିଲେ।ଏହାପରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆଁଖାଇ ଭେଟଘାଟ ଏହା ସମ୍ପର୍କ କୁ ମଜବୁତ କରିଥାଏ। ସମସ୍ତଙ୍କୁ ଗୋଟିଏ ପାଖରେ କରିଦେଇଥାଏ। ଓ ଆଗାମୀ ଦିନରେ ଉକ୍ତ ସମାଜ ଅନେକ ଦିଗରେ କିପରି ଉନ୍ନତି ହେବ ବୋଲି ସମସ୍ତେ ଚର୍ଚ୍ଚା କରିଥିଲେ l