ଏଟିଏମ ନେ ପଡି ଛେ ତାଲା, ଟଙ୍କା ଲାଗି ଲୁକେ ହେଉଛନ ଗୁଲଗୁଲା।

କଳାହାଣ୍ଡି,୨୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ଠାନେ ଥିବା ଏଟିଏମ ନେ ଗଲା କେତେ ଦିନୁ ତାଲା ପଡିଛେ,ଏଟିଏମ ସେ ଖରାପ ଅଛେ କି ଟଙ୍କା ଭରୁଥିବା ସଂସ୍ଥା ଲାଗି ତାଲା ପଡିଛେ,ତାହା କିଏ ନେଇ ଜାନୀ ପାରବାର। ଇ ଏଟିଏମ ବନ୍ଦ ହେବା ଘଟନା ଇଟା ନୂଆ ନୁହେଁ, ବର୍ଷର ଯହ ଟାଇମ ରେ ଏଟିଏମ ଖରାପ ଓ ବନ୍ଦ ରହିସି। କୋକସରା ସହର ହେଉଛେ ଗୁଟେ ବ୍ଲକ ର ସଦର ମହକୁମା, ଆରି ଗୋଟେନ ଏଟିଏମ ଥିବା ଲାଗି ଇ ଏଟିଏମ ଉପରେ ବ୍ଲକ ସାରା ଲୋକ ଟଙ୍କା ଉଠାବା ଲାଗି ନିର୍ଭର କରସନ।ଷ୍ଟେଟ ବ୍ୟାଙ୍କ ଅଧିନ ନେ ଥିବା ଏଟିଏମ ର ଅବ୍ୟବସ୍ଥା ସବୁ ବେଳେ ଲାଗି ରହିଛେ। ଇ ଏଟିଏମ ଉପରେ ବେପାର ବଣିଜ କରୁଥିବା ଲୁକେ, ସରକାରୀ ଚାକରିଆ, ଛାତ୍ରଛାତ୍ରୀ, ବାହାର ରାଇଜ କେ କାମ କରି ଯାଇଥିବା ଲୋକବାକ ଆରୁ ସାଧାରନ ଲୁକେ ସବୁ ସମୀୟା ରେ ନିର୍ଭର କରସନ,ଏବେ ନୂଆଁଖାଇ ସରିଛେ ଓ ପାର୍ବନ ଋତୁ ମୂଲ ହିଛେ,ହେତିର ଲାଗି ଲୁକେ ବଜାର ବାଟ କରବାକେ ଟଙ୍କା ଉଠାବାକେ ଆସି ନିରାଶ ମନେ ଫେରୁଛନ, ବର୍ଷ ର ଭିନ ଭିନ ସମୀୟା ରେ ଏଟିଏମ ମେସନ ଖରାପ ହେଉ, କି କେତେବେଳେ ଟଙ୍କା ନେଇ ରହୁଥିବା ଓ କେତେବେଳେ ଟଙ୍କା ଭରୁଥିବା ସଂସ୍ଥା କର୍ମଚାରୀ ଙ୍କ ଅବହେଳା ଲାଗି ଲୁକେ ଟଙ୍କା ନେଇ ପାଇକରି ଗୁଲଗୁଲା ହେଉଥିବା ଅଭିଯୋଗ କରିଛନ୍। ଇ ଦିଗେ ଷ୍ଟେଟ ବ୍ୟାଙ୍କ ଅଧିକାରୀ ନଜର ଦେଇ ଜଲଦି ଏଟିଏମ ସଜାଡବାକେ ଗ୍ରାହକ ମାନେ ଦାବି ରଖିଛନ୍।