Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସେବା ସପ୍ତାହ ଅବସରରେ ଚପ୍ରିଆ ସିଏଚସି ରେ ମେଗା ରକ୍ତଦାନ ଶିବିର,୨୦୬ ୟୁନିଟ ସଂଗୃହିତ।

କଳାହାଣ୍ଡି,୨୦/୦୯
ରକ୍ତ ଦାନ ମହତ ଦାନ , ଏହି ବାର୍ତ୍ତା ନେଇ କଳାହାଣ୍ଡି ଜିଲ୍ଲା ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାର ରେ ଥିବା ଅଭାବ କୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ
ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱରେ କଳାହାଣ୍ଡିର ୧୩ ଗୋଟି ବ୍ଲକ୍ ରେ ରକ୍ତଦାନ ଶିବିର ଜାରି ରହିଛି।
ଶନିବାର ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ସିଏଚସି କେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ବିଜେପି କର୍ମି ସମେତ ସ୍ବେଚ୍ଛାକୃତ ଭାବେ ସମସ୍ତ ସ୍ୱେଚ୍ଛାସେବ ଭାଗ ନେଇ ରକ୍ତଦାନ କରିଛନ୍ତି । ରକ୍ତଦାନ କରିଥିବା ସ୍ଵେଚ୍ଛାସେବୀ ଙ୍କୁ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଉତ୍ସାହିତ କରିବା ସହ ରକ୍ତଦାନ କରିଥିବା ରୁ ମାନପତ୍ର ପ୍ରଦାନ କରିଥିଲେ।
ଗୋଳାମୁଣ୍ଡା ବ୍ଲକ ର ଲୋକପ୍ରିୟ ଯୁବ ରାଜନେତା ତଥା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ବରେ ଆୟୋଜିତ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ଅତିଥୀ ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ,ପୂର୍ବତନ ଜୁନାଗଡ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ,କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈସାଖୁ କେତକୀ , ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ,ରକ୍ତଦାନ ଶିବିର ବ୍ଲକ ସଂଯୋଜକ ଶ୍ୟାମ ଅଗ୍ରୱାଲ ,ବରିଷ୍ଟ କାର୍ଯ୍ୟକର୍ତ୍ତା ଜୟନ୍ତ ସିଂ,ମନୋଜ ଅଗ୍ରୱାଲ, ଭୂର୍ଶବ ନାଏକ,ଲଳିତ ପ୍ରଧାନ ,ଯୁବମୋର୍ଚ୍ଚା ର ବିକାଶ ସାହୁ ,ପବନ ଜୈନ ,ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ଚମ୍ପାବତି ସାହୁ ଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିର ରେ ଭବାନୀପାଟଣା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ମୋଟ ୨୦୬ ୟୁନିଟ ରକ୍ତ ସଂଗୃହିତ କରିଥିବା ଜଣାପଡ଼ିଛି।