Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

 ସରକାର ୭୦ଟି ବନ୍ଦ ମଦ ଦୋକାନ ଖୋଲିବାକୁ ଦେଲେ ଅନୁମତି, ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ ଘୋଷଣା କରିବାର କୌଣସି ପ୍ରସ୍ତାବ ସରକାରଙ୍କ ନାହିଁ

ପୂର୍ବ ବିଜେଡି ସରକାର ଭଳି ରାଜ୍ୟର ମୋହନ ମାଝୀ ସରକାର ଏବେ ଅବକାରୀ ରାଜସ୍ୱ ସଂଗ୍ରହ ନିଶାରେ ମସଗୁଲ । ନିଜସ୍ୱ  ରାଜସ୍ୱର ପ୍ରାୟ ୧୪.୭% ଅର୍ଥ କେବଳ ଅବକାରୀ ରାଜସ୍ୱରୁ ପାଇବାକୁ ଲକ୍ଷ୍ୟ ରଖିଥିବା ସରକାର ଏବେ ମଦ ଦୋକାନକୁ ବନ୍ଦ କରିବା ମୁଡରେ ନାହାନ୍ତି । ଓଲଟା ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନକୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ ଘୋଷଣା କରିବାର କୌଣସି ପ୍ରସ୍ତାବ ସରକାରଙ୍କ ନାହିଁ ବୋଲି ଆଜି ବିଧାନସଭାରେ ରୋକଠୋକ୍ ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ନିଶାସେବନ ଆଦିର ସଚେତନତା ପାଇଁ ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା ପାଇଁ ଅବକାରୀ ନୀତିରେ ଗତ ଏକବର୍ଷରୁ ଅଧିକ ସମୟ ହେବ ଘୋଷଣା କରିଥିବା ରାଜ୍ୟ ସରକାର ତାହା ଏବେବି ବିଚାରାଧୀନ ଥିବା କହିଛନ୍ତି । ରାଜ୍ୟରେ ମଦର ବ୍ୟାପାକ ପ୍ରସାରକୁ ନେଇ ସରକାରଙ୍କ ଏଭଳି ୟୁଟର୍ଣ୍ଣକୁ ନେଇ ଏବେ ବିରୋଧୀ ଦଳ ଓ ବୁଦ୍ଧୀଜୀବ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।