ରେଙ୍ଗାଳପାଲି ଗ୍ରାମ ପଂଚାୟତ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଠାରୁ ସେବା ସପ୍ତାହ ଜାରି ରହିଛି। ସେବା ସପ୍ତାହ କାର୍ଯ୍ୟକ୍ରମ ରେ ରକ୍ତଦାତା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃକ୍ଷ ରୋପଣ, ସ୍ୱଚ୍ଛତା ପକ୍ଷ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଓ ଝରିଆଗୁଡା ଠାରେ ବିଜେପି ସମର୍ଥିତ ସରପଞ୍ଚ ପଦ୍ମିନୀ ପାତ୍ର ଙ୍କ ତତ୍ୱାବଧାନ ରେ ଗାଁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବିଜେପି ର କର୍ମକର୍ତ୍ତା ମାନେ ଗାଁ ର ବିଭିନ୍ନ ମନ୍ଦିର,ପୋଖରୀ ତୁଠ,ରାସ୍ତାଘାଟ ରେ ପଡି ରହିଥିବା ମଇଳା ଆବର୍ଜନା ସଫାସୁତୁରା କରିବା ସହ ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ବିଜେପି ର ଜୟଲାଲ ନାଏକ, ମୁକୁନ୍ଦ ପଟ୍ଟନାୟକ, ଶାରଳା ପ୍ରସାଦ ପ୍ରଧାନୀ,ଭାବଗ୍ରାହୀ ପ୍ରଧାନୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।