Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଡ଼ମ୍ବ ସମାଜ ର ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

କଳାହାଣ୍ଡି,୨୨/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତ ଧାନ ମଣ୍ଡି ଠାରେ ବ୍ଲକ ର ୨୨ ପଞ୍ଚାୟତ ର ଡମ୍ବ ସମାଜ ର କର୍ମକର୍ତ୍ତା ନେଇ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମ ରେ କୋକସରା ବ୍ଲକ ଆଞ୍ଚଳିକ ଡ଼ମ୍ବ ସମାଜ ସଭାପତି ବନମାଳୀ ବାଗ ସଭାପତିତ୍ୱ ରେ ଲଡ଼ୁଗାଁ ଆମ୍ବେଦକର ପଡା ରେ ଥିବା ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରାରେ ଲଡ଼ୁଗାଁ ଗ୍ରାମ କୁ ପରିକ୍ରମା କରି ଧାନମଣ୍ଡି ଠାରେ ପହଞ୍ଚି ଥିଲେ ।

୨୨ ପଞ୍ଚାୟତ ରୁ ଆସିଥିବା ଡମ୍ବ ସମାଜ ର ସଭାପତି ମାନଙ୍କୁ ଆଞ୍ଚଳିକ ଡମ୍ବ ସମାଜ ସଭାପତି ବନମାଳୀ ବାଗ ଓ ଉପସ୍ଥିତ କର୍ମକର୍ତ୍ତା ମାନେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ଲଡ଼ୁଗାଁ ଗ୍ରାମ ପଞ୍ଚାୟତ ର ନୂତନ ଭାବରେ ମନୋନୀତ ହୋଇ ଥିବା ସଭାପତି ପ୍ରହଲ୍ଲାଦ ଠାକୁର, ଉପ ସଭାପତି ଅକ୍ରୁର ବାଗ, ସମ୍ପାଦକ ଧ୍ୱଜ ମହାନନ୍ଦ,ସହ ସମ୍ପାଦକ ମୋହନ ବାଗ, କୋଷାଧକ୍ଷ ଧନିଷ୍ଟ ଦୁର୍ଗା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବ୍ଲକ ଉପ ସଭାପତି ପୁରୁଷୋତ୍ତମ ନାୟକ, ସମ୍ପାଦକ ଧବଳେଶ୍ୱର ନାଗ, ରମେଶଚନ୍ଦ୍ର ଦୁର୍ଗା, ଅଜୟ ଦୀପ, ଖଗେଶ୍ବର ପାଣିଗ୍ରାହୀ, ଗୁଣନିଧି ବାଗ,ପରମେଶ୍ୱର ପାଣିଗ୍ରାହୀ, ଗରୁଡ଼ ବାଗ, ରଘୁନାଥ ଖମାରୀ, ପାରେଶ୍ୱର ପାଣିଗ୍ରାହୀ, ଖେତୁରାମ ପାତ୍ର, ପିଙ୍କି ମହାନନ୍ଦ, ଚୂଡ଼ାମଣି ଠାକୁର, ରାମଚନ୍ଦ୍ର ପାଣିଗ୍ରାହୀ,ଯୁଗେଶ୍ଵର ବେଶ୍ରା, ଦିଗାମ୍ବର ବେମାଲ, ରୁଦ୍ର ପ୍ରସାଦ ନାୟକ ଭୁବନେଶ୍ୱର ନାୟକ, ଡମ୍ବରୁଧର ଦୁର୍ଗା, ଜୟରାମ ନାଗ, ଧନୁର୍ଯ୍ୟ ବାଗ, ଭିକାରି ଦୁର୍ଗା, ଧନବଳ ନିୟାଲ, ଧନବଳ ନାୟକ, ତ୍ରିନାଥ ବାଗ,ପିତାମ୍ବର ବିହାରୀ ପୁର୍ଣଚନ୍ଦ୍ର ବାଗ, ରବୀନ୍ଦ୍ର ବିହାରୀ, ଲକ୍ଷ୍ମଣ ମଙ୍ଗରାଜ, ତ୍ରିନାଥ ଠାକୁର, କଳାକାଁହୁ ବାଗ, ପଙ୍କଜ ଠାକୁର, ଗୁପ୍ତେଶ୍ୱର ଠାକୁର ଙ୍କ ସମେତ ମଞ୍ଚାସିନ ହୋଇ ସମାଜ ର ବିକାଶ ଦିଗରେ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଡମ୍ବ ସମାଜର ଅନେକ ପୁରୁଷ ଓ ମହିଳା ସମାଜ ପ୍ରେମୀ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ।କୋକସରା ପୋଲିସ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା ସଭା କୁ ବରିଷ୍ଠ ଶିକ୍ଷା ବିଦ ବୈକୁଣ୍ଠ ଜାଲ ଓ ଗୋବର୍ଦ୍ଧନ ବେମାଲ ପରିଚାଳନା କରିଥିବା ବେଳେ କୌଶିକ ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।