ଏକଲ ଅଭିଯାନ କେନ୍ଦ୍ରୀୟ ଗୋ- ଗ୍ରାମ ଯୋଜନା ପ୍ରମୁଖଙ୍କ କଳାହାଣ୍ଡି ପରିଦର୍ଶନ।

କଳାହାଣ୍ଡି,୨୨/୦୯
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସଞ୍ଚ (ବ୍ଲକ୍) ପରିଦର୍ଶନ ପ୍ରବାସରେ କେନ୍ଦ୍ରୀୟ ଗୋ- ଗ୍ରାମ ଯୋଜନା ପ୍ରମୁଖ ପ୍ରଦୀପ ସ୍ୱାଇଁ । ଏହି ଅବସରରେ କୋକସରା ସଞ୍ଚ ସମିତି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସଞ୍ଚ ସମିତି ଅଧ୍ୟକ୍ଷ କିଶନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଉଡୋଳା ଠାରେ ଏକ ସଞ୍ଚ ସମିତି ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଏକଲ ଅଭିଯାନ କେନ୍ଦ୍ରୀୟ ଗୋ- ଗ୍ରାମ ଯୋଜନା ପ୍ରମୁଖ ଶିକ୍ଷା, ଆରୋଗ୍ୟ,ଗ୍ରାମ ଉତ୍ଥାନ, ଜାଗରଣ, ସଂସ୍କାର ଭଳି ପଞ୍ଚମୁଖି ଶିକ୍ଷା ଉପରେ ବାର୍ତ୍ତା ବାଣ୍ଟିଥିଲେ । ଏଥିସହ ଆଗକୁ ହେବାକୁ ଥିବା ସୈନିକ ସମ୍ମାନ ଓ କୃଷକ ସମ୍ମାନ ଉପରେ ସମିତି ସହ ପୂର୍ବାଲୋଚନା କରିଥିଲେ । ସଞ୍ଚ ସମିତି ଅଧ୍ୟକ୍ଷ ସମିତି ତଥା ସଞ୍ଚ ଅଧୀନରେ ଥିବା ୨୩ ଗୋଟି ବିଦ୍ୟାଳୟଗୁଡିକର ସୁପରିଚାଳନା ଓ ଭିତ୍ତିଭୂମିକୁ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଗକୁ କେମିତି ଆହୁରି ବିଦ୍ୟାଳୟର ଗୁଣାତ୍ମକ ବିକାଶ ହେବା ସହ ଘରେ ଘରେ ସଂସ୍କାର ମୂଳକ ସୈଖିକ ବାତାବରଣ ସୃଷ୍ଟି ହେବ ସେ ନେଇ ନିଜ ମତ ରଖିଥିଲେ । ଉକ୍ତ ବୈଠକରେ କେନ୍ଦ୍ରୀୟ ଓ ଯୋଜନା ପ୍ରମୁଖ ଓ ସଞ୍ଚଅଧ୍ୟକ୍ଷ,ଭବାନୀପାଟଣା ଅଞ୍ଚଳ ଗତିବିଧି ପ୍ରମୁଖ ଘନଶ୍ୟାମ ଭାଟି ତଥା ଅନ୍ୟ ସଭ୍ୟ ସଭ୍ୟାଙ୍କ ଉପସ୍ଥିତି ରେ କାଉଡୋଳା ଗ୍ରାମର ଗ୍ରାମ ବିକାଶ ପ୍ରମୁଖ ଭାବେ ଜନ୍ମେଜୟ ନାଏକ ଓ ଆରୋଗ୍ୟ ପ୍ରମୁଖ ଭାବେ ଦୁଷ୍ମନ୍ତ ପୂଝାରୀ ଙ୍କୁ ଚୟନ କରାଯାଇଥିଲା । ବୈଠକ ଅତିଥି ପରିଚୟ ଓ ପରିଚାଳନା ଦାୟିତ୍ଵରେ ସୁରେନ୍ଦ୍ର ରାଉତ ରହିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଓ ସହ ପ୍ରଧାନ ଆଚାର୍ଯ୍ୟ ସମେତ ଗୁରୁଜି ଗୁରୁମା ସହଯୋଗ କରିଥିଲେ । ବୈଠକ ପରେ ପରେ ସଫଳ ଚାଷୀ ଜନ୍ମେଜୟ ନାଏକଙ୍କ ବାଡ଼ି ବଗିଚା ପରିଦର୍ଶନ କରିଥିଲେ ।