ବାଇକ ପିକଅପ ମୁହାଁ ମୁହିଁ ଧକ୍କା ବାପ ପୁଅ ମୃତ, ମାଆ ଝିଅ ଗୁରୁତର।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ବାଇକ ଓ ପିକପ ଭ୍ୟାନ ମୁହାଁ ମୁହିଁ ଧକ୍କା ହେବା ଫଳରେ ତେର୍ଲୋ ଗ୍ରାମର ଗୋଟିଏ ପରିବାର ର ବାପ ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମା ଝିଅ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣା ପଡ଼ିଛି। ଖବର ରୁ ଜଣା ସୋମବାର ପଡ଼ିଛି ଯେ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ବାଲସିଙ୍ଗା ଗ୍ରାମ ପଞ୍ଚାୟତର ତେର୍ଲୋ ଗ୍ରାମର ବୁଧ ବାରିକ (୩୫) ପୁଅ ଆରବ (୧୦) ଏଵଂ ମାଆ ଓ ଝିଅ ବାଇକ ଓ ଡି ୧୭ ସି ୦୭୬୨ ବାଇକ ଯୋଗେ ନର୍ଲା ପଟେ ଆସୁଥିଲେ। ସାମନା ପଟୁ କ୍ଷୀପ୍ର ଗତିରେ ଯାଉଥିବା ଏକ ପିକପ ଭ୍ୟାନ ନଂ ଏପି ୩୯ ଟି ସି ୭୭୦୬ ବାଇକ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକ ବାପ ବୁଧ ବାରିକ ଓ ପୁଅ ଅର୍ଣ୍ଣବ ର ଜୀବନ ଚାଲି ଯାଇଥିବ ଜଣା ପଡ଼ିଛି। ମଝିରେ ବସିଥିବା ମାଆ ଓ ଝିଅ ଗୁରୁତର ରହି ଥିବାରୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ନର୍ଲା ଡାକ୍ତଖାନାକୁ ଆଣିଥିଲେ। ହେଲେ ଅଧିକ ଗୁରୁତର ହେବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣା ପଡ଼ିଛି। ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ରାସ୍ତାରେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି।