Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଥାୟୀ ଦରମା ପ୍ରଦାନ ଦାବି ରେ ଜିପିଏଲଫ ସଙ୍ଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।

କଳାହାଣ୍ଡି:ପୂର୍ବ ରାଜ୍ୟ ସରକାର ସମୟରେ ମିଶନ ଶକ୍ତି ବିଭାଗ ଖୋଲି ରାଜ୍ୟରେ ଥିବା ମହିଳା ଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମୀ ଓ ରୋଜଗାରକ୍ଷମ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଏହି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ମହିଳା କର୍ମଚାରୀ ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଉଥିଲା। ତେବେ ଗତ ୬ ମାସ ହେବ ପୂର୍ବରୁ ମିଳୁଥିବା ପ୍ରୋତ୍ସାହନ ରାଶି ମିଳିନଥିବା ନେଇ ଜିପିଏଲଫ ସଙ୍ଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଗତ ୧୫ ତାରିଖରେ ଧାରଣା ଦେଇ ଅଭିଯୋଗ କରାଯାଇଥିଲା। ଜିପିଏଲଫ ସଙ୍ଘ ପକ୍ଷରୁ ପ୍ରୋତ୍ସାହନ ରାଶି ନୁହେଁ ସ୍ଥାୟୀ ଦରମା ପ୍ରଦାନ କରିବାକୁ ଦାବି କରାଯାଇଛି।
ତେବେ ଜିଲ୍ଲା ପ୍ରଶାସନ ଅଭିଯୋଗ ର ୧ ସପ୍ତାହ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସୋମବାର ରାଜ୍ୟ ସଙ୍ଘ ର ଡାକରା ରେ କଳାହାଣ୍ଡି ଜିଲ୍ଲାର ସମସ୍ତ କାର୍ଯ୍ୟରତ ଜିପିଏଲଫ ସଙ୍ଘ ମହିଳା କର୍ମଚାରୀ ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ଦାବି କୁ ସମର୍ଥନ ଜଣାଇ କୋକସରା ବ୍ଲକ ରେ କାର୍ଯ୍ୟରତ ୨୧ ଜିପିଏଲଫ ସଙ୍ଘ ର ଶତାଧିକ ମହିଳା କର୍ମଚାରୀ ବ୍ଲକ ସଭପତି କୁନି ରଣା ଓ ସମ୍ପାଦିକା ଅଞ୍ଜଳି ସିଂ ଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ସମ୍ବନ୍ଧିତ ଏକ ଦାବିପତ୍ର ବିଡ଼ିଓ ଙ୍କ ଅନୁପସ୍ଥିତ ଥିବାରୁ ମୁଖ୍ୟ କିରାଣୀ ଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଳି ଜିପିଏଲଫ ସଙ୍ଘ ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।