ଆମପାଣି କୁ ବ୍ଲକ ମାନ୍ୟତା ଦାବି ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ।

କଳାହାଣ୍ଡି,୨୨/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି ପଞ୍ଚାୟତ କୁ ସ୍ୱତନ୍ତ୍ର ବ୍ଲକ ଘୋଷଣା ଦାବି ରେ ବିଗତ ଦିନରେ ଆମପାଣି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବିଭିନ୍ନ ପର୍ଯ୍ୟାୟ ରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି ଦାବି କୁ ନେଇ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନେତୃତ୍ୱରେ ସୋମବାର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ପୁଣିଥରେ ଆମପାଣି କୁ ବ୍ଲକ ଘୋଷଣା ଦାବି ନେଇ ଉପସ୍ଥାପନ କରିଛନ୍ତି। ଏହି ପ୍ରତିନିଧି ଦଳ ରେ କ୍ରିୟାନୁଷ୍ଠାନ କମିଟିର ଉପ ସଭାପତି ଟିକିଚନ୍ଦ୍ର ଧ,ମାଝୀ , କୋଷାଧ୍ୟକ୍ଷ ସୁରେଶ କୁମାର ସାହୁ , ସାଧାରଣ ସମ୍ପାଦକ ଧନୁ ଦୁର୍ଗା, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ଆମପାଣି ସମିତି ସଭ୍ୟା ନର୍ତ୍ତକି ଦଣ୍ଡସେନା ,ବଡ ପୋଡ଼ାଗୁଡ଼ା ସରପଞ୍ଚ ଯମୁନା ନାଏକ,ସଦସ୍ୟ ତାପସ ରଂଜନ ରାୟ, କୁମୁଦ ଚଦ୍ର ପୁଝାରୀ, ବିନୋଦ କୁମାର ସିଂ, ମନୋରଞ୍ଜନ ବାଣୁଆ, ପ୍ରଶାନ୍ତ କୁମାର ମୁନି, ଵିଘ୍ନେଶ୍ବର ନାଏକ, ତିଳୋତ୍ତମା ନାଏକ, ଧର୍ମାନନ୍ଦ ନାଏକ, ମଧୁବନ ପାତ୍ର , ତୁଲାରାମ ନାଏକ, ତ୍ରୈଲୋକ୍ୟ ବେଶ୍ରା , କୁଷ୍ଣ ଲଚନ୍ଦ୍ର ନାଏକ, ଅର୍ଜୁନ ଭାଟି, ସନ୍ତୋଷ କୁମାର ମାଝୀ, କୁମୁଦ ଚନ୍ଦ୍ର ସେଠୀ,ଭାସ୍କର ଦଣ୍ଡସେନା , ରାଜ କୁମାର ପଟେଲ, ବିଜୟ କୁମାର ପଣ୍ଡା, ପଦ୍ମ ଲୋଚନ ମାଝୀ ପ୍ରମୁଖ ପ୍ରତିନିଧି ଦଳ ଭେଟିବା ସହ ଆମପାଣି କୁ ବ୍ଲକ ଘୋଷଣା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।