Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲକାତାରେ ବର୍ଷା ତାଣ୍ଡବ ରଚିଛି, ବୁଡିଗଲା ସାରା ସହର, ଭାସୁଛି ଗାଡି ମୋଟର

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବର୍ଷା ତାଣ୍ଡବ ରଚିଛି। ପ୍ରବଳ ବର୍ଷା ଏବଂ ବିଦ୍ୟୁତ୍ ଆଘାତ ଯୋଗୁଁ ଏପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ବେନିଆପୁକୁର, କାଳିକାପୁର, ନେତାଜୀ ନଗର, ଗରିଆହାଟ ଏବଂ ଇକବାଲପୁର ସମେତ ଅନେକ ଅଞ୍ଚଳରେ ଜଳବନ୍ଦୀ। ମେଟ୍ରୋ ଏବଂ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସହରର ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି।

କୋଲକାତା ମ୍ୟୁନିସିପାଲ କର୍ପୋରେସନ (KMC) ଅନୁଯାୟୀ, ସହରର ଦକ୍ଷିଣ ଏବଂ ପୂର୍ବ ଭାଗରେ ବର୍ଷା ଅଧିକ ତୀବ୍ର ହୋଇଥିଲା। ଗାରିଆ କାମଦାହାରୀରେ କିଛି ଘଣ୍ଟା ମଧ୍ୟରେ 332 ମିମି ବର୍ଷା ହୋଇଛି। ଯୋଧପୁର ପାର୍କରେ ୨୮୫ ମିମି ବର୍ଷା ରେକର୍ଡ କରାଯାଇଛି। କାଲିଘାଟରେ 280 ମିମି, ତୋପସିଆରେ 275 ମିମି, ବାଲିଗଞ୍ଜରେ 264 ମିମି ଏବଂ ଉତ୍ତର କୋଲକାତାର ଥଣ୍ଟାନିଆରେ 195 ମିମି ବର୍ଷା ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି, ଯାହା ଫଳରେ ଦକ୍ଷିଣ ବଙ୍ଗର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବ। ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗର ପୂର୍ବ ମେଦିନୀପୁର ଏବଂ ପଶ୍ଚିମ ମେଦିନୀପୁର, ଦକ୍ଷିଣ ୨୪ ପ୍ରଗଣା, ଝାରଗ୍ରାମ ଏବଂ ବାଙ୍କୁରା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ମହା ଧୁମଧାମରେ ​​ପାଳନ ପାଇଁ ଚାଲିଛି ପ୍ରସ୍ତୁତି।ତଥାପି, ବର୍ଷା ଯୋଗୁଁ ଅନେକ ସ୍ଥାନରେ ପୂଜା ମଣ୍ଡପ ବୁଡ଼ି ଯାଇଛି।