ଜିଏସଟି ହାର କମକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

କଳାହାଣ୍ଡି,୨୩/୦୯
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିର୍କିଟ ହାଉସ ଠାରେ ବିଜେପି ପକ୍ଷରୁ ଜିଏସଟି ହାର କମକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଏସଟି ହ୍ରାସ ହେବା ଦ୍ଵାରା ସାମାନ୍ୟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରମାନଙ୍କୁ ସିଧାସଳଖ ଲାଭ ମିଳିବା ସହ ସାଧାରଣ ଜନତାଙ୍କ ପାଇଁ ଜୀବନ ଯାପନରେ ସହଜତା ଆସିବ । ଦେଶର ଆର୍ଥିକ ଶକ୍ତିକୁ ଆହୁରି ଦୃଢ଼ କରିବାରେ ଜିଏସଟି ହ୍ରାସ ଗୁରୁତ୍ବପୂର୍ଣ ପଦକ୍ଷେପ । ବର୍ତ୍ତମାନ ର ଜିଏସଟି ହାରକୁ ସରଳ ଏବଂ ହ୍ରାସ କରାଯିବା ସହିତ ଗ୍ଲୋସରି, ମୋଟରଯାନ, କାର, ଶିକ୍ଷା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ହାର ୧୨ ପ୍ରତିଶତ ରୁ ୫ ପ୍ରତିଶତକୁ ହ୍ରାସ ଏବଂ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଜିଏସଟି ହାର ୨୮ ପ୍ରତିଶତ ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।
କେନ୍ଦ୍ର ସରକାର କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତରୁ ବର୍ତମାନ ୫ ପ୍ରତିଶତକୁ କମେଇଥିବାରୁ କେନ୍ଦୁପତ୍ର ର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳୀଙ୍କ ଉପାର୍ଜନ ବଢିବା ସହ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳୀ ମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥା ମାନଙ୍କ ପାଖରୁ ସଠିକ ମୂଲ୍ୟ ପାଲ୍କା ସହ ଓଡିଶା ର ୨୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ବେଶ ଉପକୃତ କନ୍ଧମାଳ ସାଂସଦ ସୁଶାନ୍ତ ପାଣିଗ୍ରାହୀ ଏବଂ ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼ କହିବା ସହିତ ସମଗ୍ର ଓଡିଶା ବାସୀଙ୍କୁ ଦଶହରା ଓ ଦୀପାବଳି ଭେଟି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସମଗ୍ର ଜିଲ୍ଲା ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସଭାପତି ଆର୍ତତ୍ରାଣ ମହାପାତ୍ର, ଭାବେନ୍ଦ୍ର ପଣ୍ଡା ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।