ପୋସକୋ ଆଇନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୨୩/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମଙ୍ଗଳବାର ଲଡୁଗାଁ ସ୍ଥିତ ହାଇୟର ସେକେଣ୍ଡାରୀ ସ୍କୁଲ ଠାରେ ପୋସକୋ ଆଇନ ତଥା ପିଡିତା ସହାୟତା କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତାଳୁକ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ଶ୍ରୀମତୀ ଲିପ୍ସା ରାଉତ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ମନୋଜ ନାଏକ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରି, ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଉପସ୍ଥିତ ରହି ପସକୋ ଆଇନ ର ବିଭିନ୍ନ ଦିଗ ଓ ପିଡିତା କୁ କେମିତି ଆଇନ ଅନୁଯାୟୀ ସହାୟତା ପ୍ରଦାନ ଓ ସଚେତନ ରହି ସୁସ୍ଥ ସମାଜ ଗଠନ ଦିଗରେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମାଜିଷ୍ଟ୍ରେଟ ଶ୍ରୀମତୀ ରାଉତ ଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।