Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା, ଦୁଲୁକିଲା ପ୍ରଫୁଲ୍ଲ ଚନ୍ଦ୍ର ସାଂସ୍କୃତିକ ମଞ୍ଚ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ମହା ସମାରୋହ ରେ ପାଳନ ହେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳୁଛି।ମା ଙ୍କ ଦିବ୍ୟ ଆଳତି ଦର୍ଶନ ପାଇଁ ପୂଜା ମଣ୍ଡପ ଲୋକାରଣ୍ୟ ହୋଇ ପଡୁଛି । ସୁଉଚ୍ଚ ତୋରଣ ଓ ଆଲୋକ ସଜ୍ଜା ମଧ୍ୟ ମୁଖ୍ୟ ଆକର୍ଷଣ ସାଜିଛି। ଚଳିତ ବର୍ଷ ପୂଜାକର୍ତ୍ତା ଭାବେ ଶ୍ରୀ ରାଜୀବ ଅଗ୍ରୱାଲ ପତ୍ନୀ ଶ୍ରୀମତୀ ରିତା ଅଗ୍ରୱାଲ ପୂଜାକାର୍ଯ୍ୟ ତୁଲାଉଛନ୍ତି। ରବିବାର ସନ୍ଧ୍ୟା ରେ ଆୟୋଜିତ ପ୍ରଫୁଲ୍ଲ ଚନ୍ଦ୍ର ସାଂସ୍କୃତିକ ମଞ୍ଚ ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟି ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନିତ ଅତିଥି ଭାବେ ଉପ ସଭାପତି ମୋହନ ଚରଣ ଦାସ, ଲକ୍ଷ୍ମଣ ଶବର, ସମ୍ପାଦକ କହ୍ନେଇ ଚରଣ ଦାସ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଅଞ୍ଚଳବାସୀ ଙ୍କୁ ଶାରଦୀୟ ଦୁର୍ଗାପୂଜା ର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଶ୍ରୀମନ୍ତ ପାଢ଼ୀ, ପଙ୍କଜ ମୁଖ ଚୌଧୁରୀ ସହଯୋଗ କରିଥିଲେ।ଏହାପରେ ଭୁବନେଶ୍ୱର ରୁ ଆସିଥିବା କଳାକାର ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ର ମାଝୀ, ସହ ସମ୍ପାଦକ ଧ୍ଵଜ ମହାନନ୍ଦ,ରବି ନାରାୟଣ ଦାସ,ପ୍ରହଲ୍ଲାଦ ଠାକୁର,ଜିତେନ୍ଦ୍ର ନାଥ ଦାସ, ପବନ କୁମାର ଅଗ୍ରୱାଲ, ମନୋଜ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ଦୀପକ କୁମାର ଅଗ୍ରୱାଲ, ବିସିକେଶନ ଠାକୁର ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ