ଲଡୁଗାଁ ଜିଓ ନେଟୱାର୍କ ଫେଲ, ଉପଭୋକ୍ତା ହନ୍ତସନ୍ତ,ବିଭାଗୀୟ ଅବହେଳା ଗ୍ରାହକ ନିରାଶ।

କଳାହାଣ୍ଡି,୩୦/୦୯
ମୋବାଇଲ ସେବା ଯୋଗାଯୋଗ କ୍ଷେତ୍ରରେ ଦେଶରେ ଜିଓ ମୋବାଇଲ କମ୍ପାନୀ ଏବେ ଗ୍ରାହକ ଙ୍କ ପ୍ରଥମ ପସନ୍ଦ ସ୍ଥାନ ରେ ରହିଥିବା ବେଳେ ଟେକନିକାଲ ତ୍ରୁଟି କାରଣରୁ ଜିଓ ମୋବାଇଲ ସେବା ରୁ ଦିର୍ଘ ଦିନ ହେବ କୋକସରା ବ୍ଲକ ଲଡୁଗାଁ ଅଞ୍ଚଳ ର ହଜାର ହଜାର ଉପଭୋକ୍ତା ମାନେ ସେବା ପାଇବାରୁ ବଞ୍ଚିତ ଥିବା ନେଇ ଅଭିଯୋଗ ଆଣିଛନ୍ତି। ସୂଚନା ମତେ କୋକସରା ବ୍ଲକ ର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ଲଡୁଗାଁ ସହର, ଲଡୁଗାଁ ଏକ କ୍ରମ ବର୍ଦ୍ଧିତ ସହର ସହ ଏଠାରେ ଶିଳ୍ପାନୁଷ୍ଠାନ କଳ କାରଖାନା ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ପ୍ରତିଦିନ ଜିଲ୍ଲା ତଥା ରାଜ୍ୟର ବାହାରୁ ବ୍ୟବସାୟ ଉଦ୍ଦେଶ୍ୟ ନେଇ ହଜାର ହଜାର ଲୋକେ ଲଡୁଗାଁ ସହର ଉପରେ ନିର୍ଭର କରୁଥିବା ବେଳେ ବ୍ୟବସାୟି, ଛାତ୍ରଛାତ୍ରୀ,ଗୃହଣୀ,ସରକାରୀ ବେସରକାରୀ କର୍ମଚାରୀ,କୃଷକ,ଶ୍ରମିକ ପରିବାର,ସାଧାରଣ ଲୋକେ ଜିଓ ମୋବାଇଲ ସେବା ର ବହୁଳ ବ୍ୟବହାର ଉପରେ ନିର୍ଭର କରୁଥିବା ଜଣାପଡିଛି।ଏପରି ସ୍ଥିତି ରେ ଦିର୍ଘ ଦିନ ହେବ ଜିଓ ମୋବାଇଲ ର ନେଟୱର୍କ ଆସୁନଥିବା କାରଣରୁ ଦୈନନ୍ଦିନ ବ୍ୟବସାୟ ନେଇ ମୋବାଇଲ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଜିଓ ମୋବାଇଲ ସେବା ଏହି ଅଞ୍ଚଳ ରେ ଗ୍ରାହକ ଙ୍କୁ ପୂର୍ବରୁ ଉତ୍ତମ ସେବା ଯୋଗାଇ ଦେଇ ଆସୁଥିବା କାରଣରୁ ଏହି ଅଞ୍ଚଳ ରେ ଜିଓ ମୋବାଇଲ ଉପଭୋକ୍ତା ଙ୍କ ସଂଖ୍ୟା ଅଧିକ ରହିଛି। ତେବେ ବିଗତ କିଛିଦିନ ହେବ ଜିଓ ନେଟୱାର୍କ ଆସୁନଥିବା ନେଇ ଗ୍ରାହକ ମାନେ ଜିଓ ର କମ୍ପାନୀ ର କର୍ମଚାରୀ ଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କର୍ମଚାରୀ ମାନେ ଗ୍ରାହକ ଙ୍କ ଅଭିଯୋଗ ନେଇ କୌଣସି ସମାଧାନ ର ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଏହି ଅଞ୍ଚଳ ପାଇଁ ଦାୟିତ୍ୱ ରେ ଥିବା ଜିଓ କମ୍ପାନୀ ର ଜୈନିକ କର୍ମଚାରୀ ଙ୍କୁ ଫୋନ ରେ ଯୋଗାଯୋଗ କରିବାରୁ ବିଏସଏନଏଲ ଟାୱାର ରେ ଜିଓ କମ୍ପାନୀ ର ଅନୁବନ୍ଧିତ ରହିଥିବା ଓ ଗତ କିଛି ଦିନ ହେବ ବିଦ୍ୟୁତ ବିଭାଗ ର କେବୁଲ କଟି ଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଛି, ଜିଓ କମ୍ପାନୀ ପକ୍ଷରୁ ଏହି ସମସ୍ୟା ସୁଧାରିବାକୁ ଉଦ୍ୟମ ଜାରି ରହିଛି, ଶୀଘ୍ର ଜିଓ ମୋବାଇଲ ଉପଭୋକ୍ତା ମାନେ ଉତ୍ତମ ନେଟୱାର୍କ ସେବା ପାଇବେ ବୋଲି କହିଛନ୍ତି।