ଦଶହରାରେ ବଡ ଅଘଟଣ: ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୧୩ ମୃତ
ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ ନିକଟସ୍ଥ ଇନ୍ଗୋରିୟାରେ ଏକ ଟ୍ରାକ୍ଟର୍-ଟ୍ରଲି ଚମ୍ବଳ ନଦୀରେ ଖସି ପଡ଼ିଥିଲା, ଯେତେବେଳେ ୧୨ ବର୍ଷର ଏକ ଶିଶୁ ଭୁଲ୍ ହୋଇ ଇଞ୍ଜିନ୍ ଚାଲୁ କରିଥିଲା।
୧୨ ଶିଶୁ ପାଣିରେ ଖସିଥିଲେ, ୧୧ଜଣଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ ଯେଉଁମାନଙ୍କ ମଧ୍ୟରେ ୨ଜଣ ଚିକିତ୍ସା ସମୟରେ ଜୀବନ ଚାଲିଯାଇଥିଲା, ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପୋଲିସ ଓ ଏସ୍ଡିଆର୍ଏଫ୍ ଦଳ ମଧ୍ୟ ଖୋଜା ଜାରି ରଖିଛନ୍ତି।
ଅନ୍ୟ ଏକ ଘଟଣାରେ ଖଣ୍ଡବା ଜିଲାର ପନ୍ଧନା ତହସିଲରେ ଆର୍ଦଳା ଓ ଜମଲି ଗ୍ରାମର ୨୦-୨୫ ଜଣଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍-ଟ୍ରଲି ପୋଖରୀରେ ଖସି ଯାଇଥିଲା। ଅଧିକାରୀମାନେ ୧୧ ଶବ ଉଦ୍ଧାର କରିଛନ୍ତି (ଯେଉଁଥିରେ ୮ ନାବାଳିକା ରହିଛନ୍ତି) ଅଧିକ ନିଖୋଜ ମଧ୍ୟ ଥାଇପାରନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରଲି ଓଭରଲୋଡ୍ ଥିଲା। ପୋଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରି ‘ଅତ୍ୟନ୍ତ ଦୁଃଖଦ ଘଟଣା’ ବୋଲି କହିଛନ୍ତି। ମୃତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି। ‘ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା, ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଓ ପରିବାରମାନେ ଧୈର୍ଯ୍ୟ ପାଆନ୍ତୁ,’ ସେ କହିଛନ୍ତି।

