କଳାହାଣ୍ଡି ରେ ବର୍ଷା ବିତ୍ପାତ,ନାଳରେ ଭାସି ଜଣେ ମୃତ ସୂଚନା।

କଳାହାଣ୍ଡି,୦୩/୧୦
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅନ୍ତର୍ଗତ ସେମେଲପଦର ନିକଟ ଏକ ନାଳରେ ଭାସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ପାଇ ଘଟଣା ସ୍ଥଳରେ କର୍ଲାପାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତକାଲି ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।ପ୍ରାପ୍ତ ସୂଚନା ମୁତାବକ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ନିକଟରେ ଏକ ବାଇକ୍ ର ନମ୍ବର ପ୍ଲେଟ ପଡିଥିଲା।ସେଇ ନମ୍ବର ପ୍ଲେଟ ଆଧାରରେ ବ୍ୟକ୍ତିଙ୍କ ପରିଚୟ ତଥା ଠିକଣା ମିଳିପାରିବ ବୋଲି ଅନୁମାନ କରୁଛି ପୋଲିସ।ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ସେମେଲପଦର ଛକର କିଛି ଦୂରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।