Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଘାଟି ରେ ବସ ଟ୍ରକ ମୁହାଁମୁହିଁ ଧକ୍କା, ଟ୍ରକ ଡ୍ରାଇଭର ମୃତ, ୧୨ ରୁ ଉର୍ଦ୍ଧ ଯାତ୍ରୀ ଆହତ।

କଳାହାଣ୍ଡି,୦୪/୧୦
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଜାତୀୟ ରାଜପଥ ୨୬ ଆମପାଣି ଘାଟି ମୈଦାଲପୁର ଥାନା ଅନ୍ତର୍ଗତ ଖଡକା ନିକଟରେ ଅପରାହ୍ନ ୪:୩୦ ସମୟରେ ଭବାନୀପାଟଣା ରୁ ଜୟପୁର ଯାଉଥିବା ଏସବିଏମଏସ ଯାତ୍ରୀବାହୀ ବସ (ଓଡ଼ି୧୦ଇ୨୨୧୨) ଓ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ (ଡବ୍ଲୁ ବି ୧୫ ଇ ୧୦୦୬) ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ମୃତ ହୋଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ବସ ର ୧୨ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସମସ୍ତ ଆହତ ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୈଦଲପୁର ଓ ପାପଡାହାଣ୍ଡି ମେଡ଼ିକାଲ କୁ ପଠାଇ ଦିଆଯାଇଛି । ଘଟଣା ସ୍ଥଳ ରେ ମୈଦଲପୁର ପୋଲିସ ସହ ମୈଦଲପୁର ଓ କୋକସରା ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦୁର୍ଘଟଣା ପରେ କିଛି ସମୟ ଧରି ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ଗାଡିମୋଟର ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି। ତେବେ ଟ୍ରକ ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ