ବରିଷ୍ଠ ସାମ୍ବାଦିକ ଙ୍କ ଅକାଳ ବିୟୋଗ, ବିଭିନ୍ନ ମହଲ ରୁ ଶୋକ ପ୍ରସ୍ତାବ ଆଗତ।

କଳାହାଣ୍ଡି,୦୫/୧୦
କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ର ବରିଷ୍ଠ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ ଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତ ରେ ମୃତ୍ୟୁ ହୋଇଛି। ସେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ସକ୍ରିୟ ସଭ୍ୟ ସହ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଓୟୁଜେ ସଙ୍ଘ ର ସାଧାରଣ ସମ୍ପାଦକ ରହିଥିଲେ। ଦିର୍ଘ ବର୍ଷ ଧରି ସେ ସାମ୍ବାଦିକ ବୃତ୍ତି ରେ ରହି ଅଞ୍ଚଳ ର ସମସ୍ୟା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ସମାଧାନ ଦିଗରେ ବଳିଷ୍ଠ ଭୂମିକା ନିଭାଇ ଆସୁଥିଲେ। ଏହାସହ ବିଭିନ୍ନ ସାମାଜିକ ସଂଗଠନ ସହ ମଧ୍ୟରେ ଜଡିତ ରହି ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ଅକାଳ ବିୟୋଗ ପରେ ରାଜ୍ୟ ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ସମେତ ଜିଲ୍ଲା ଓୟୁଜେ ସଙ୍ଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।