Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବଖଣ୍ଡା ଧୁଆ ପରେ ରକ୍ତରଞ୍ଜିତ ହେଲା ପୀଠ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ବାଙ୍କିମୁଣ୍ଡାରେ ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ପୀଠ ରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଦ୍ଵାଦଶୀ ରେ ଖଣ୍ଡା ଧୁଆ ସହ ଦଶରା ପର୍ବ ପାଳିତ ହୁଏ । ଚଳିତ ବର୍ଷ ଶନିବାର ଦିନ ଦ୍ଵାଦଶୀ ତିଥି ହେତୁ ସନ୍ଧ୍ୟା ସମୟରେ ଗ୍ରାମର ଗୋନ୍ତିଆ ଓ ପୂଜାରୀ ଙ୍କ ଘରରୁ ଦେବୀଙ୍କ ଅସ୍ତ୍ର ଶସ୍ତ୍ର ଖଣ୍ଡା ବାହାର କରି ପାଖ ବେହେରା ନଦୀ କୁ ନିଆଯାଇ ଧୌତ ପୂର୍ବକ ପୁଣି ପୂଜାରୀଙ୍କ ଘରରେ ସ୍ଥାପନ କରି ବଳି ଦିଆଯାଇଥିଲା।ରାତ୍ରିରେ ମନ୍ଦିର ସର୍ବସାଧାରଣ ଙ୍କ ପାଇଁ ଖୋଲା ଯାଇ ଭକ୍ତଙ୍କ ମାନସିକ ବଳି ଵୋଦା ରେ ପୀଠ ରକ୍ତ ରଞ୍ଜିତ ହୋଇଥିଲା । ରକ୍ତ ମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଉକ୍ତ ରାତ୍ର ରେ ଦେବୀ ପୀଠ ରେ ବୀର ବାଦ୍ୟ ଘୁମୁରା ପ୍ରକମ୍ପିତ କରିବା ପ୍ରାଚୀନ ନିୟମ ରହିଛି । ଏହି ଅବସରରେ ଘୁମୁରା ର ଅନ୍ୟତମ ପ୍ରଣେତା କୁହାଯାଉଥିବା ପଣ୍ଡିତ ରୀକ୍ଷିରାମ ତିୱାରୀ ଙ୍କ ସ୍ମୃତିରେ ଘୁମୁରା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଗ୍ରାମର ଗୋନ୍ତିଆ ଚିତ୍ତରଞ୍ଜନ ପୁଝାରୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବରେ ମୂଷାପାଳି ସରପଞ୍ଚ ଅକ୍ଷୟ କୁମାର ନାଏକ,ବେହେରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ, ପାକ୍ସ ସମ୍ପାଦକ ହେମନ୍ତ ନାଏକ,ସନ୍ଥ ନାଏକ,ଗୌର ଚନ୍ଦ୍ର ବାଗ,ଈଶ୍ୱର ଲାଲ ଅଗ୍ରୱାଲ,ମୁଖ୍ୟ ବକ୍ତା ଭାବରେ ପ୍ରଶାନ୍ତ ତିୱାରୀ, ସମ୍ପାଦକ ଭୁପେଶ ତିୱାରୀ,ପରିଚାଳନା ରେ ପ୍ରଭାତ ତିୱାରୀ,ଅଖଣ୍ଡ ମଣି ଭାରତିଆ, ବିଚାର ପତି ଭାବରେ ଦୁର୍ବଳ କାଣ୍ଡ,ପବିତ୍ର ସୁନାନି,ପ୍ରେମ କାଣ୍ଡ,ମଙ୍ଗଳୁ ପୁଝାରୀ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ୯ଟି ଘୁମୁରା ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ କଦଲିମୁଣ୍ଡା ର ମା ଷୋହଳ କୋଟି କଳା ପରିଷଦ ପ୍ରଥମ, କାଶୀ ବାହାଳ ଦ୍ଵିତୀୟ ଓ ମାଲପଡା ର ମା ପେନ୍ଦ୍ରାଣୀ ଘୁମୁରା ଦଳ ତୃତୀୟ ପୁରସ୍କାର ବିଜେତା ହୋଇଥିଲେ।କ୍ଳବ୍ ର ସଦସ୍ୟ ଉଜ୍ବଳ ସିଂହ ପୁଝାରୀ, ଟ୍ରିଲୋକ୍ୟ ପୁଝାରୀ,ଯୁଗେଶ୍ୱର୍ ମଶ୍ରା,ନନ୍ଦ କିଶୋର ସୋନୀ, ଯୁଗେଶ୍ୱର ପୁଝାରୀ,ରୁକମନ୍ ପୁଝାରୀ ତଥା ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ