ନୂଆପଡାବାସୀଙ୍କୁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡା ଜିଲ୍ଲାରେ ୧୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏନେଇ ସେ ‘ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
“ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି। ଏହି ପ୍ୟାକେଜ୍ ମଧ୍ୟରେ ୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟି ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ ଜଳସେଚନ ପାଇଁ ୮୦୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି” ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ସେହିପରି ପ୍ରଶାସନିକ ସୁବିଧା ନିମନ୍ତେ ରାଜ୍ୟର ସମସ୍ତ ତହସିଲରେ ସବ୍-ରେଜିଷ୍ଟ୍ରେସନ୍ ଅଫିସ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି।